(ଭୁବନେଶ୍ୱର) : ଆଉ ନାହାନ୍ତି କାର୍ଟୁନିଷ୍ଟ କିଶୋର ରଥ । ଘରେ ଘରେ କଟାକ୍ଷ ଚିତ୍ର ପାଇଁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କାରିପାରିଥିଲେ ସେ । ତାଙ୍କର ବିୟୋଗ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ରବିବାର ରାତିରେ ଅଚାନକ୍ ଛାତୀରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବାେ ଡାକ୍ତରୀ ସୂତ୍ରରୁ ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା । ୧୯୬୩ରେ ଜନ୍ମ ଗ୍ରହଣ କରିଥିବା କିଶୋର ଖଲିକୋଟ ଆର୍ଟ କଲେଜରୁ ଫାଇନ୍ ଆର୍ଟସରେ ସ୍ନାତକ ହାସଲ କରିଥଲେ । ଏହାପରେ ପ୍ରଫେସନାଲ କାର୍ଟୁନିଷ୍ଟ ଭାବେ ଭୁବନେଶ୍ୱରରୁ ପ୍ରକାଶିତ ଏକ ଦୈନିକ ଖବର କାଗଜରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । କିଶୋରଙ୍କ ଦ୍ୱାରା ରଚିତ ବହୁ ବ୍ୟଙ୍ଗ କବିତା ଓ ଚିତ୍ର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି। କିଶୋରଙ୍କର ଏହି ବ୍ୟଙ୍ଗ ଚିତ୍ର ତାଙ୍କୁ ଘରେ ଘରେ ଏକ ସ୍ୱତନ୍ତ୍ର ପରିଚିୟ ଦେଇଥିଲା ।