ଗ୍ରାମବାସୀଙ୍କୁ ଅପହରଣ କଲେ ମାଓବାଦୀ

ମାଲକାନଗିରି : ଓଡ଼ିଶା ସୀମାନ୍ତ ସୁକୁମା ଜିଲ୍ଲା କୋଣ୍ଟା ଥାନା ଅନ୍ତର୍ଗତ ବଟେର ଗାଁର ବାସିନ୍ଦାଙ୍କୁ ମାଓବାଦୀ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଗତ ଶୁକ୍ରବାର ଦିନ ଜଣକୁ ଓ ଶନିବାରରେ ୪ ଜଣଙ୍କୁ ଅପହରଣ କରିଛନ୍ତି ମାଓବାଦୀ । ଏବେ ଯାଏଁ ଅପହୃତଙ୍କ କୌଣସି ସୂଚନା ମିଳିନାହିଁ । ଅପହୃତଙ୍କୁ ସୁରକ୍ଷିତ ଭାବେ ଛାଡି ଦେବାକୁ ନିବେଦନ କରିଛି ଆଦିବାସୀ ସମାଜ । ସେପଟେ କୋଉଁ କାରଣରୁ ମାଓବାଦୀମାନେ ଏହି ପାଞ୍ଚ ଜଣଙ୍କୁ ଅପହରଣ କରିଛନ୍ତି ତାହାର କୌଣସି ସୂଚନା ମିଳିପାରିନାହିଁ ।