ଆପୋଲ ବିଲଡର ଦୀପକ ମହାନ୍ତି ଗିରଫ

ଭୁବନେଶ୍ୱର: ଗିରଫ ହେଲେ ଆପୋଲ ବିଲଡର । ହିତାଧୀକାରୀମାନଙ୍କୁ ଠକିଥିବା ଅଭିଯୋଗରେ ଅପୋଲ ବିଲଡର ଦୀପକ ମହାନ୍ତିଙ୍କୁ ଗିରଫ କରିଛି କମିାନରେଟ ପୋଲିସ । ୨୦୧୫ ମସିହାରେ ବ୍ରହ୍ମପୁରର ହିତାଧୀକାରୀମାନଙ୍କୁ ଠକି ସେମାନଙ୍କ ଠାରୁ ଘର ଓ ଜମି ଦେବାକୁ କହି ଲକ୍ଷାଧିକ ଟଙ୍କା ନେଇଥିଲେ । କିନ୍ତୁ ନା ଦେଲେ ଘର ନା ଜମି । ଶେଷରେ ବ୍ୟକ୍ତି ଜଣକ କାହା ସାହାରା ନ ପାଇ ଥାନାର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗକୁ ଗୁରୁତର ନେଇ କମିଶନରେଟ ପୋଲିସ ତଦନ୍ତ ଆରମ୍ଭ କରିବା ସହ ବିଲଡର ଦୀପକ ମହାନ୍ତିକୁ ଗିରଫ କରିଛି କମିଶନରେଟ ପୋଲିସ । ସାଧାରଣ ଜନତାଙ୍କୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଏବେ ଦୀପକକୁ ଗିରଫ କରାଯିବ ଖୁବ ଶୀଘ୍ର କୋର୍ଟ ଚାଲାଣ କରାଯିବ ।