କଣ୍ଠ ଶିଳ୍ପୀ ସ୍ଥିତି ପଦ୍ମାଙ୍କୁ ସମ୍ଭର୍ଦ୍ଧନା

ସାଲେପୁର(ତାରାକାନ୍ତ ନାୟକ) : ଓଡ଼ିଆ ଝିଅ ତଥା କଣ୍ଠ ଶିଳ୍ପୀ ସ୍ଥିତି ପଦ୍ମା ନିକଟରେ ମୁମ୍ବାଇ ଠାରେ ଏକ ରୀୟଲିଟି ଶୋ ରେ ଅଂଶ ଗ୍ରହଣ କରି ରସଗୋଲା କାହାର ବୋଲି ପ୍ରଶ୍ନ ର ଉତ୍ତର ରେ ସେ ଜୟ ଜଗନ୍ନାଥ ,ରସଗୋଲା ଆମର ବୋଲି କହିଥିଲେ ।ଫଳରେ ସେ ପ୍ରଭୁ ଜଗନ୍ନାଥଙ୍କ ପ୍ରିୟ ରସଗୋଲା କୁ ବିଶ୍ଵ ବାତାୟନରେ ପୁଣି ଚର୍ଚ୍ଚିତ ଓ ଗୌରବ ମଣ୍ଡିତ କରିବା ସହ ଓଡ଼ିଶା ରାଜ୍ୟର ସମ୍ମାନ ଆଣିଥିବାରୁ ସାଲେପୁର ନାଗରିକ କମିଟି ପକ୍ଷରୁ ସ୍ଥିତି ପଦ୍ମା ଙ୍କୁ ସମ୍ଭର୍ଦ୍ଧନା ଦେବା ନିମନ୍ତେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।
ନାଗରିକ କମିଟି ପକ୍ଷରୁ ବିକଳାନନ୍ଦ କର ମେମୋରିଆଲ ଟ୍ରଷ୍ଟ ର ପ୍ରତିଷ୍ଠାତା ତଥା ସମାଜସେବୀ ପ୍ରଶାନ୍ତ କୁମାର କରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ସାଲେପୁର ହାଇସ୍କୁଲ ପରିସରରେ ଆୟୋଜିତ ବୈଠକ ରେ ଅଞ୍ଚଳର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଓ ନାଗରିକ କମିଟି ସଦସ୍ୟ ମାନେ ଯୋଗ ଦେଇ ନିଜସ୍ଵ ମତ ରଖିଥିଲେ। କମିଟି ପକ୍ଷରୁ ଆସନ୍ତା ୧୯ ତାରିଖ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ରେ ସାଲେପୁର ହାଇ ସ୍କୁଲ ପଡିଆ ଠାରେ ଏକ ସମ୍ଭର୍ଦ୍ଧନା କାର୍ୟ୍ୟକ୍ରମ କରାଯିବ ବୋଲି ସ୍ଥିର କରାଯାଇଛି।ଏପରିକି ସ୍ଥିତି ପଦ୍ମା ଙ୍କୁ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଉକ୍ତ ଦିନ ସମ୍ବର୍ଦ୍ଧନା ଦିଆଯାଇ ପାରିବ ବୋଲି କମିଟି ପକ୍ଷରୁ ସ୍ଥିର କରାଯାଇଛି।ବୈଠକ ରେ ସାଲେପୁର ସାରସ୍ୱତ ସମାରୋହ ସମିତିର ସଭାପତି ତଥା ସାମ୍ବାଦିକ ଅକ୍ଷୟ କୁମାର ଦାଶ ପୌରହିତ୍ୟ କରିଥିବା ବେଳେ ସାଲେପୁର ହାଇ ସ୍କୁଲ ପ୍ରଧାନ ଶିକ୍ଷକ ମନୋରଞ୍ଜନ ବାରିକ, ଗାଳ୍ପିକ ଗିରିଶ ଚନ୍ଦ୍ର ସାହୁ, କବି ପ୍ରସନ୍ନ ମିଶ୍ର,ସମାଜସେବୀ ଦିଲ୍ଲୀପ କୁମାର ଦାଶ,ଆମେ ସବୁ ସାଲେପୁର ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ବିତ ଦାସ, ସାହିତ୍ୟିକ ଡ୍ ପୂର୍ଣ୍ଣ ଚନ୍ଦ୍ର ଓଝା,ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ କୃଷ୍ଣ ଚନ୍ଦ୍ର ଲେଙ୍କା,ଶିକ୍ଷାବିତ୍ ବିଷ୍ଣୁ ଚରଣ ମିଶ୍ର, ଶିକ୍ଷକ ଡ ଗୌତମ ମହାରଣା,,ସାମ୍ବାଦିକ ପ୍ରଫୁଲ୍ଲ ମିଶ୍ର,ଶାରଦା ପ୍ରସନ୍ନ ପଣ୍ଡା,ଅରବିନ୍ଦ ଭୂୟାଁ,ତାରାକାନ୍ତ ନାୟକ,ବିରଞ୍ଚି ନାରାୟଣ କର,,ଶିଶିର କୁମାର ଦାଶ,ପ୍ରାକ୍ତନ ଶିକ୍ଷା ଅଧିକାରୀ ବିଭୂତି ଭୂଷଣ ଦାସ,କବି ଦୟାନିଧି ସାହୁ,ଶିକ୍ଷାବିତ୍ ବଳରାମ ପାତ୍ର, ନିଗମାନନ୍ଦ କର,ଯୁବ ସଂଗଠକ ନନ୍ଦ କିଶୋର ଭୂୟାଁ,ଅଧ୍ୟାପିକା ତରୁଲତା ଦେବୀ,ଅଧ୍ୟାପକ ନିଖିଳେଶ ମହାନ୍ତି, ସମାଜସେବୀ ଶିବ ଚରଣ ଜେନା,ଯୁବ କବି ମାନସ ରଞ୍ଜନ ଦାଶ,କମିଟି ସଂଯୋଜକ ଦେବେନ୍ଦ୍ର ନାୟକ,ଇ ବିଭୂତି ଭୂଷଣ ପାତ୍ର,ଚିତ୍ତ ରଂଜନ ପଣ୍ଡା,ଶିକ୍ଷୟତ୍ରୀ ରବେୟା ସରୱାର,ଆଇନଜୀବୀ ସତ୍ୟ ପ୍ରକାଶ ସିଂହ,ଦିବାକର ପ୍ରଧାନ,ରଶ୍ମି ରଞ୍ଜନ ପରିଡ଼ା ଙ୍କ ସମେତ ନାଗରିକ କମିଟି ର ସଦସ୍ୟ ସଦସ୍ୟା ମାନେ ଯୋଗ ଦେଇଥିଲେ।