ନୂଆଦିଲ୍ଲୀ : ପ୍ରକାଶ ପାଇଛି ୧୩ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ଉପ ନିର୍ବାଚନର ଫଳାଫଳ। କଂଗ୍ରେସର ସଫଳତା ବେଳେ ବିଜେପିର ବିଫଳତା ପ୍ରକାଶ ପାଇଛି । ହିମାଚଳପ୍ରଦେଶରେ ଆଜି ଉପନିର୍ବାଚନର ଫଳାଫଳ ଘୋଷଣା ହୋଇଥିବାବେଳେ କଂଗ୍ରେସ ପ୍ରାର୍ଥୀମାନେ ତିନୋଟି ବିଧାନସଭା ଆସନ ଏବଂ ଗୋଟିଏ ଲୋକସଭା ଆସନ ଜିତିଛନ୍ତି। ବଡ କଥା ଯେ ଗୋଟିଏ ଆସନରେ ବିଜେପି ପ୍ରାର୍ଥୀ ଅମାନତ ମଧ୍ୟ ହରାଇଛନ୍ତି । ମିଳିଥିବା ସୂଚନା ମୁତାବକ ମଣ୍ଡି ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିରଭଦ୍ର ସିଂଙ୍କ ପତ୍ନୀ ପ୍ରତୀଭା ସିଂ ବିଜେପି ପ୍ରାର୍ଥୀ କୁଶଲ ସିଂ ଠାକୁରଙ୍କୁ ପରାସ୍ତ କରି ଏହି ଆସନ ଜିତିଛନ୍ତି।
ପଶ୍ଚିମବଙ୍ଗରେ ବିଜେପି ଶୋଚନୀୟ ପରାଜୟ ଭୋଗିଛି। ଜିତିଥିବା ଦୁଇଟି ଆସନ ମଧ୍ୟ ହରାଇବାକୁ ପଡିଛି । ବିଜେପିକୁ ମଧ୍ୟ ପ୍ରଦେଶ ଏବଂ ଆସାମରେ ସନ୍ତୋଷଜନକ ପରିଣାମ ମିଳିଛି। ଆସାମର ୫ ବିଧାନସଭା ଆସନରେ ଦଳ ସବୁଥିରେ ବିଜୟୀ ହୋଇଛି। ମଧ୍ୟପ୍ରଦେଶରେ ବିଜେପି ତିନୋଟି ଆସନରୁ ଦୁଇଟିରେ ବିଜୟୀ ହୋଇଛି।