ମୁମ୍ୱାଇ : ମହାରାଷ୍ଟ୍ର ଡେପୁଟୀ ସିଏମ୍ ଅଜିତ ପାଓ୍ୱାରଙ୍କ ପାଇଁ ବଢ଼ିଲା ଅଡ଼ୁଆ । ୧ହଜାର କୋଟି ଟଙ୍କାର ସମ୍ପତ୍ତି ସିଜ୍ କଲା ଆୟକର ବିଭାଗ । ଏଥରେ ନରେମନ୍ ପଏଣ୍ଟ ସ୍ଥିତ ନିର୍ମଳ ଟାଓ୍ୱାର, ଚିନି କାରଖାନା ମଧ୍ୟ ସାମିଲ ଥିବା ଜଣାପଡ଼ିଛି । ଗତ ମାସରେ ଆଇଟି ବିଭାଗ ପାଓ୍ୱାରଙ୍କ ଭଉଣୀମାନଙ୍କ କମ୍ପାନୀ ଏବଂ ଘର ଉପରେ ଚଢ଼ାଉ କରିଥିଲା । ଏହା ମଧ୍ୟ ଖବର ଆସୁଛି ଯେ, ପାଓ୍ୱାରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ ଗିରଫ ମଧ୍ୟ କରିପାରେ । ଗତ ମାସ ରେଡ୍ ବେଳେ ଆଇଟି ଡିପାର୍ଟମେଣ୍ଟ ୧୮୪କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଥିଲା ।
ଆୟକର ବିଭାଗ ଗତ ମାସରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ଅନ୍ୟମାନଙ୍କ ସହ ଜଡିତ ଥିବା ଅତି କମରେ ୭୦ଟି ଘର ଉପରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ୨.୧୩ କୋଟି ଟଙ୍କା ମୂଲ୍ୟର ହିସାବ ବର୍ହିଭୂତ ନଗଦ ଟଙ୍କା ଏବଂ ୪.୩୨ କୋଟି ଟଙ୍କା ମୂଲ୍ୟର ଅଳଙ୍କାର ଜବତ କରାଯାଇଥିଲା ବୋଲି କହିଛି ଆୟକର ବିଭାଗ।