ଗଞ୍ଜେଇ ଚାଲାଣ ବେଳେ ଧରିଲା ପୁଲିସ

(ଚଣ୍ଡିଖୋଲ) : ଦିନକୁ ଦିନ ଗଞ୍ଜେଇ କାରବାର ବୃଦ୍ଧି ପାଇବାରେ ଲାଗିଛି । ପୁଲିସ ହାତରେ ପୁଣି ଲାଗିଛି ବିପୁଳ ପରିମାଣର ଗଞ୍ଜେଇ । ଯାଜପୁର ଜିଲ୍ଲା ବଡ଼ଚଣା ପୋଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଏବଂ ଜଣଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରୁ ଗଞ୍ଜେଇ ନେଇ ଅଭିଯୁକ୍ତଜଣଙ୍କ ଚଣ୍ଡିଖୋଲକୁ ଆସୁଥିଲେ । ଏହି ସମୟରେ ତାଙ୍କୁ ବଡ଼ଚଣା ପୋଲିସ ଚଣ୍ଡିଖୋଲ ଛକରେ ଅଟକାଇବା ସହ ବ୍ୟକ୍ତିଙ୍କଠୁ ଗଞ୍ଜେଇ ଜବତ କରିଥିଲା ।ଗିରଫ ଅଭିଯୁକ୍ତ ହେଲେ ଭୁବନ ଅଞ୍ଚଳର ରମେଶ ରାଜ ସାହୁ । ଅଭିଯୁକ୍ତ ନିକଟରୁ ପୋଲିସ ୧୦ କେଜି ୪୦ ଗ୍ରାମର ଗଞ୍ଜେଇ ଜବତ କରିଛି । ତେବେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବା ସହ ଆହୁରି ତଦନ୍ତ କରୁଛି ପୁଲିସ ।