ନୂଆଦିଲ୍ଲୀ: ଆଜି ଜାତସଂଘ ଦିବସ। ୧୯୪୫ ମସିହା ଆଜିର ଦିନରେ ଜାତିସଂଘର ସନନ୍ଦ କାର୍ଯ୍ୟକାରୀ ହୋଇଥିଲା। ଜାତିସଂଘ ହେଉଛି ଏକ ଆନ୍ତଃସରକାରୀ ସଂସ୍ଥା। ଯାହାର ପ୍ରମୁଖ କାର୍ଯ୍ୟ ହେଲା ବିଶ୍ୱରେ ଶାନ୍ତି ଓ ସୁରକ୍ଷାକୁ ବଜାୟ ରଖିବା। ଯୁକ୍ତରାଷ୍ଟ୍ର ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଫ୍ରାଙ୍କ୍ଲିନ୍ ଡି. ରୁଜ୍ଭେଲ୍ଟ ଜାତିସଂଘର ନାମକରଣ କରିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଅର୍ଥାତ୍ ୧୯୪୨ ମସିହା ଜାନୁଆରୀ ୧ ତାରିଖ ଜାତିସଂଘର ଘୋଷଣାନାମରେ ଏହି ନାମ ବ୍ୟବହାର କରାଯାଇଥିଲା। ଜାତିସଂଘ ସଂସ୍ଥାପନା ବେଳେ ମାତ୍ର ୫୧ ରାଷ୍ଟ୍ରର ସଦସ୍ୟତା ଥିବାବେଳେ ବର୍ତ୍ତମାନ ଏହି ସଂଖ୍ୟା ୧୯୩କୁ ବୃଦ୍ଧି ପାଇଛି
ମିଳିତ ଜାତିସଂଘ ଗୋଟିଏ ଅନ୍ତଃ -ସରକାରୀ ଅନୁଷ୍ଠାନ ଯାହା ଅନ୍ତର୍ଜାତିକ ସହଯୋଗକୁ ବିକଶିତ କରିଥାଏ । ପୂର୍ବରୁ ନିଷ୍କ୍ରିୟ ଥିବା ଥିବା କେତେକ ରାଷ୍ଟ୍ରର ଗୋଷ୍ଠୀକୁ ପରିବର୍ତିତ ରୂପ ଦେଇ ୨୪ ଅକ୍ଟୋବର ୧୯୪୫ରେ ମିଳିତ ଜାତିସଂଘର ସଂସ୍ଥାପନା ହେଇଥିଲା । ଦ୍ୱିତୀୟ ମହାସମର ପରେ ଯେମିତି ସେପରି ନ ହୁଏ ସେତେବେଳେ ୫୧ଟି ସଦସ୍ୟ ରାଷ୍ଟ୍ରକୁ ନେଇ ଗଠନ ହେଇଥିବା ମିଳିତ ଜାତିସଂଘରେ ବର୍ତମାନ ସଦସ୍ୟ ସଂଖ୍ୟା ୧୯୩ ।ଏହି ସଂଗଠନ ସଦସ୍ୟ ରାଷ୍ଟ୍ର ସମୂହଙ୍କ ସ୍ୱେଚ୍ଛାକୃତ ଏବଂ ଆତ୍ମ ନିର୍ଧାରିତ ଅନୁଦାନଦ୍ୱାରା ପରିଚାଳିତ ହୁଏ ।