ଫୋନପେ ରେ ଟ୍ରାଞ୍ଜାକ୍ସନ ପାଇଁ ଲାଗିବ ଚାର୍ଜ

(ନୂଆଦିଲ୍ଲୀ) : ଆଜିକାଲି ଡିଜିଟାଲ ପଇସା ଟ୍ରାଞ୍ଜାକ୍ସନ ବହୁ ମାତ୍ରାର ଆଦୃତ । ଆଉ ଏହି ଟ୍ରାଞ୍ଜଜାକ୍ସନ ଏତେ ସହଜ ଯେ ଆଜିକାଲି କେହି ପଇସା ରଖିବାକୁ ପସନ୍ଦ କରୁନାହନ୍ତି । ତେବେ ଏହି ଟ୍ରାଞ୍ଜାକ୍ସନକୁ ନେଇ ଆସିଛି ଏକ ଗୁରୁତ୍ୱ ପୁର୍ଣ୍ଣ ଖବର । ଆପଣ ମାନେ ଜାଣିଥିବେ ଫୋନପେ ଆପ୍ ବିଷୟରେ । ଏବେ ଫୋନ ପେ ବ୍ୟବହାର କରିବାକୁ ହେଲେ ଦେବାକୁ ପଡିବ ପଇସା । ଆଉ ମାଗଣାରେ ବ୍ୟବହାର କରିପାରିବେ ନାହିଁ ଫୋନପେ । ଏବେ ଯାଏଁ ଫୋନ୍ ପେ ୟୁଜର୍ସଙ୍କୁ ଅଧିକ କୌଣସି ପ୍ରୋସେସିଂ ଫି ଦେବାକୁ ପଡ଼ୁନଥିଲା। ଫୋନ୍ ପେ’ ବ୍ୟବହାର କରି ମୋବାଇଲ୍ ରିଚାର୍ଜ କରିବା ମହଙ୍ଗା ହୋଇଛି। କାରଣ ପ୍ରତି ଟ୍ରାଞ୍ଜାକ୍ସନ୍ରେ ଏହି ପେମେଣ୍ଟ ଆପ୍ ଏଣିକି ୧-୨ ଟଙ୍କା ଚାର୍ଜ ନେବ । ୫୦ ଟଙ୍କାରୁ ଅଧିକ ରିଚାର୍ଜ କଲେ ହିଁ ଏହି ପ୍ରୋସେସିଂ ଫି ଲାଗୁ ହେବ। ଦେଶରେ ବିମୁଦ୍ରିକରଣ ହେବା ପାଖରୁ ଅନଲାଇନ୍ ନେଣଦେଣ ବଢ଼ିଛି। ସୂଚନା ଅନୁସାରେ, ୫୦ ଟଙ୍କାରୁ କମ୍ ରିଚାର୍ଜ ଉପରେ ଆପ୍ କୌଣସି ଚାର୍ଜ ନେବ ନାହିଁ। ୫୦-୧୦୦ ଟଙ୍କା ମଧ୍ୟରେ ରିଚାର୍ଜ ଉପରେ ଏକ ଟଙ୍କା ଏବଂ ତାଠୁ ଅଧିକ ହେଲେ ୨ ଟଙ୍କା ଲାଗିବ। କିନ୍ତୁ ଅନ୍ୟ ଟ୍ରାଞ୍ଜାକ୍ସନ ପୂର୍ବ ଭଳି ମାଗଣା ହୋଇପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।