ଭୁବନେଶ୍ୱର : ନନ୍ଦନକାନନରେ ହିମାଳୟ ଅଞ୍ଚଳର ଏକ ଅଣ୍ଡିରା ଭାଲୁର ମୃତ୍ୟୁ ହୋଇଯାଇଛି । ଏହି ଭାଲୁର ନାମ ଥିଲା ମୋତି । ମୋତିର ମୃତ୍ୟୁ ପରେ ହିମାଳୟ ଅଞ୍ଚଳର ଭାଲୁଙ୍କ ସଂଖ୍ୟା ୫କୁ ହ୍ରାସ ପାଇଛି।ସୂଚନାଯୋଗ୍ୟ, ଗତ ୨୦୧୩ ମସିହା ସେପ୍ଟେମ୍ବର ମାସରେ ରାଞ୍ଚି ଚିଡ଼ିଆଖାନାରୁ ମୋତିକୁ ନନ୍ଦନକାନନ ଅଣାଯାଇଥିଲା। ଗତ ଦୁଇ ମାସ ହେଲା ମୋତି ବାର୍ଦ୍ଧକ୍ୟଜନିତ ରୋଗବ୍ୟାଧିରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲା ।
ନନ୍ଦନକାନନରେ ଦିନକୁ ଦିନ ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟିଚାଲିଛି । ନନ୍ଦନକାନନରେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠୁଛି । କିଛି ଦିନ ପୂର୍ବରୁ ଏକ ବାଘ ଖୁଆଡରୁ ବାହାରିଯିବା ପରେ ପର୍ଯ୍ୟଟକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । କିନ୍ତୁ ପରେ ବାଘକୁ ଖୁଆଡକୁ ଅଣାଯାଇ ପାରିଥିଲା । ସେହିପରି ନନ୍ଦନକାନନରେ ପର୍ଯ୍ୟଟନ କେନ୍ଦ୍ର ପ୍ରାଣୀ ଉଦ୍ୟାନରେ ପରିଚାଳିତ ଟଏ ଟ୍ରେନ୍ ରେ ଅଗ୍ନିକାଣ୍ଡ ଘଟିଥିଲା । ଯଦିଓ ଏହି ଅଗ୍ନିକାଣ୍ଡରୁ ଯାତ୍ରୀ ମାନେ ବର୍ତ୍ତି ଯାଇଥିଲେ ।