(ଜୟନ୍ତ କୁମାର ସେଠୀ / ଗୋପ) : ମମିତା ମେହେରଙ୍କ ହତ୍ୟାକୁ ନେଇ ତେଜିଛି ରଜନିତି । ଏହି ହଥୟା ଘଟନାରେ ମୁଖୟ ଅବିଯୁକ୍ତ ଗିରଫ ହୋସାରିଥିବା ବେଳେ ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଓ ଅନ୍ୟ କେତେକ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବାର ଅଭିଯୋଗ ହୋଇଛି । ତୁରନ୍ତ ଦିବ୍ୟ ଶଙ୍କର ମିଶ୍ର ଙ୍କ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବାକୁ ପୁରୀ ଜିଲ୍ଲା ସି ପି ଆଇ ଦାବି କରିବା ସହ ବିକ୍ଷୋଭ କରିଛି। ଲୋମହର୍ଷଣ କାରି, ସୁପରିକଳ୍ପିତ ହତ୍ୟାକାଣ୍ଡ ସହ ରାଜ୍ୟରେ ଦିନକୁ ଦିନ ପୋଲିସ ହାଜତ ମୃତ୍ୟୁ, ଦଳିତ ଅତ୍ୟାଚାର ଓ ନିର୍ୟାତନା ନବୀନ ସରକାରଙ୍କ ଶାସନରେ ବଢିଛି। ଶାସକଦଳର ନେତା, ମନ୍ତ୍ରୀଙ୍କ ପ୍ରରୋଚନା ଓ ସାହାଯ୍ୟ ସମର୍ଥନ ଯୋଗୁଁ ପୋଲିସ ନିଷ୍କ୍ରିୟ ବୋଲି ସିପିଆଇଏମ ଅଭିଯୋଗ କରିଛି। ଆଜି ପୁରୀ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସିପିଆଇଏମ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବୀପତ୍ର ଦିଆଯାଇଛି। ମମିତା ମେହେର ଜଘନ୍ୟ ହତ୍ୟାକାଣ୍ଡ ସହିତ ସମ୍ପୂକ୍ତି ଥିବା ଗୃହ ରାଜ୍ୟମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ କରିବା,,ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ତତ୍ୱାବଧାନରେ sit ତଦନ୍ତକରି ମନ୍ତ୍ରୀଙ୍କୁ ତଦନ୍ତ ପରିସର ଭୁକ୍ତ କରିବା ଓ ଘଟଣାରେ ସମ୍ପୃକ୍ତି ଥିବା ସମସ୍ତ ଦୋଷୀଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡବିଧାନ ସହ ମମିତା ମେହେରଙ୍କ ପରିବାରକୁ ଏକକୋଟି ଟଙ୍କା ଆର୍ଥିକ ସହାୟତା ଦେବାକୁ ଦାବି କରାଯାଇଛି ।