(ରିପୋଟର୍ସ ଟୁଡେ) : ଦିନକୁ ଦିନ ପରିବା ଦର ଆକାଶ ଛୁଆଁ ହେବାକୁ ଲାଗିଛି । ଚିନ୍ତାରେ ପଡୁଛନ୍ତି ଖାଉଟି । କାର୍ତ୍ତିକ ମାସ ଆରମ୍ଭରୁ ପରିବା ବଜାରରେ ନିଆଁ । ଧର୍ମ ମାସ କାର୍ତିକ ମାସ ଆରମ୍ଭ ହୋଇଥିବାରୁ ପ୍ରତି ଘରେ ନିରାମିଷ ଚାଲିଛି । ଆଉ ଏହି ବର୍ଦ୍ଦିତ ଦରକୁ ନେଇ ମୁଣ୍ଡରେ ହାତ ଦେଲେଣି ଖାଉଟି । ୫୦୦ ଟଙ୍କାର ପରିବା କିଣିଲେବି ବ୍ୟାଗ ଫୁଲ ହେଉନଥିବା ଖାଉଟି ପ୍ରକାଶ କରୁଛନ୍ତି । ପରିବା ମାର୍କେଟରେ ବାଇଗଣ ଦର ୪୦ ଟଙ୍କା, ବିଲାତି ୬୦ ଟଙ୍କା, ଗାଜର ୮୦ ଟଙ୍କା, ପୋଟଳ ୪୦ ରୁ ୬୦ ଟଙ୍କା, ଵିନ ୧୦୦ ଟଙ୍କା, ମାଟି ଆଳୁ ୬୦ ଟଙ୍କା, ଝଡ଼ଙ୍ଗ ୬୦ ଟଙ୍କା ପହଁଚିଲାଣି । ଦୀର୍ଘ ଦିନ ଧରି ପରିବା ଦର ଦାମ ଏହି ଭଳି ଅହେତୁକ ବୃଦ୍ଧି ପାଉଥିବାରୁ ଖାଉଟିଙ୍କ ଉପରେ ବେଶ ପ୍ରଭାବ ପକାଇଛି ।