ଜୟପୁର: ରାଜସ୍ତାନର ଚୁରୁ ଜିଲ୍ଲା ସାଲାସାର ଗ୍ରାମରେ ଥିବା ଏକ ଘରୋଇ ସ୍କୁଲ ଶିକ୍ଷକ ଜଣେ ଛାତ୍ରଙ୍କୁ ପିଟିପିଟି ମାରି ଦେଇଛନ୍ତି । ଏହି ଘଟଣାରେ ପୁଲିସ ଶିକ୍ଷକଙ୍କୁ ଗିରଫ କରିଛି । ଶିକ୍ଷକଙ୍କ ମାଡରେ ମୃତ୍ୟୁବରଣ କରିଥିବା ୭ମ ଶ୍ରେଣୀର ଛାତ୍ର ହୋମ ୱାର୍କ କରିନଥିଲେ । ଏଥିରେ ରାଗି ଯାଇ ଶିକ୍ଷକ ଏକ ବାଡିରେ ମାଡ ମାରିଥିଲେ କି ଛାତ୍ରର ମୃତ୍ୟୁ ହୋଇଗଲା । ଗିରଫ ଶିକ୍ଷକଙ୍କ ନାମ ମନୋଜ କୁମାର ।
ସାଲାସାର ଏସଏଚଓ ସନ୍ଦିପ ବିଷ୍ଣୋଇ କହିଛନ୍ତି, କୋଲସାର ଜନୈକ ବାସିନ୍ଦା ଓମପ୍ରକ।।ଶ ପୁଲିସକୁ କହିଛନ୍ତି, ତାଙ୍କ ପୁଅ ୭ମ ଶ୍ରେଣୀରେ ଏକ ଘରୋଇ ସ୍କୁଲର ଛାତ୍ରଥିଲା । ସେ ଗତ ୧୫ ଦିନ ଧରି କହିଆସୁଥିଲା କି କୌଣସି କାରଣ ନ ଥାଇ ତାର ଶିକ୍ଷକ ତାକୁ ମାଡ ମାରୁଛନ୍ତି । ତେବେ ବୁଧବାର ଦିନ ଉକ୍ତ ଶିକ୍ଷକ ଓମପ୍ରକାଶଙ୍କୁ ଡକାଇ କହିଥିଲେ କି ତାଙ୍କ ୧୩ ବର୍ଷର ପୁଅ ଅଚେତ ହୋଇପଡିଛି । ସେ କହିଥିଲେ, ତାଙ୍କ ପୁଅ ହୋମୱାର୍କ କରୁ ନ ଥିଳା ଓ ତେଣୁ ସେ ତାକୁ ମାରିଥିଲେ । ସେହି ସମୟରେ ଓମପ୍ରକାଶ କାମରେ ଥବଲେ । ତେଣୁ ସେ ପଚାରିଥିଲେ, ତାକୁ କଣ ମାରି ଦେଇଛନ୍ତି । କିନ୍ତୁ ଶିକ୍ଷକ କହିଥିଲେ ନାଁ ପିଲାଟି ମରିବାର ଅଭିନୟ କରୁଛି । ଏନେଇ ଥାନାରେ ଅଭିଯୋଗ ହୋଇଛି । ପୁଲିସ ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି ।