(ଜୟନ୍ତ କୁମାର ସେଠୀ / ଗୋପ) : କାକଟପୁର ମା ମଙ୍ଗଳା ମନ୍ଦିର ସମ୍ମୁଖରେ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ବାଂଲାଦେଶରେ ହିନ୍ଦୁ ମାନଙ୍କ ପ୍ରତି ହେଉଥିବା ବର୍ବୋଚରିତ ଆକ୍ରମଣ, ହିନ୍ଦୁ ମନ୍ଦିର ଉପରେ ଆକ୍ରମଣକୁ ପ୍ରତିବାଦରେ ବିକ୍ଷୋଭ। କାକଟପୁର ବିଶ୍ୱହିନ୍ଦୁ ପରିଷଦର ରାଜ୍ୟ ସହ ସମ୍ପାଦକ ଉମାଶଙ୍କର ଆଚାର୍ୟ୍ୟ,ଜିଲ୍ଲା ସହ ସମ୍ପାଦକ ରଘୁନାଥ ମହାପାତ୍ର, ଜିଲ୍ଲା ଗୋ ସୁରକ୍ଷା ପ୍ରମୁଖ ମିହିର ରଞ୍ଜନ ଦୀକ୍ଷିତ ପ୍ରମୁଖ ଯୋଗଦେଇ ଅଣ ହିନ୍ଦୁ ମାନଙ୍କ ଏପରି କାର୍ୟ୍ୟକୁ ତୀବ୍ର ନିନ୍ଦା କରିଥିଲେ. ଦେଶ ବାହାରେ ଓ ଦେଶର ଜାମ୍ମୁ କାଶ୍ମୀର, ନାଗାସନ୍ୟାସୀ, ହିନ୍ଦୁ ସନ୍ଥ ମାନଙ୍କ ଉପରେ ଅଣହିନ୍ଦୁ ମାନଙ୍କ ସଙ୍ଘବଦ୍ଧ ଆକ୍ରମଣକୁ ପରିଷଦ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଥିଲା।