(କେରଳ) : ବାହାଘର କୁ ନେଇ ବହୁତ ମଜାଦାର ଘଟଣା ସାମ୍ନାକୁ ଆସେ , ସେମିତି କିଛୀ ଘଟଣା ସାମ୍ନାକୁ ଆସିଛି କେରଳରୁ । ଭୋଜି ରନ୍ଧା ହଣ୍ଡାରେ ବସି ବିବାହ ମଣ୍ଡପକୁ ଗଲେ ବର-ବଧୂ । ଗତ କିଛିଦିନ ହେବ କେରଳରେ ପ୍ରବଳ ବର୍ଷା ହେବା ସହ ଭୂସ୍ଖଳନ ହୋଇଛି । ଏହାଦ୍ବାରା ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅନେକ ଲୋକଙ୍କ ଏଥିରେ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ଏହାରି ଭିତରେ ବିବାହ ପାଇଁ ବର-ବଧୂ ଭୋଜିରେ ଖାଦ୍ୟ ପ୍ରସ୍ତୁତ ହେଉଥିବା ହଣ୍ଡାରେ ବସି ମଣ୍ଡପରେ ପହଞ୍ଚିଥିବାର ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି । କେରଳର ବାସିନ୍ଦା ଆକାଶ ଓ ଐଶ୍ବର୍ୟ୍ୟା ପେସାରେ ଜଣେଜଣେ ସ୍ବାସ୍ଥ୍ୟକର୍ମୀ । ନିକଟରେ ଦୁହିଁଙ୍କ ବିବାହ ସ୍ଥିର ହୋଇଥିଲା। କିନ୍ତୁ କେରଳରେ ହୋଇଥିବା ପ୍ରବଳ ବର୍ଷା ହେତୁ ସବୁଆଡେ ପାଣି ଭରି ଯାଇଥିଲା। ଏଭଳି ପରିସ୍ଥିତିରେ ଦୁହେଁ ନିଜ ବିବାହକୁ ସ୍ଥଗିତ ନରଖି ଭୋଜି ପାଇଁ ଖାଦ୍ୟ ପ୍ରସ୍ତୁତ ହେଉଥିବା ହଣ୍ଡାରେ ବସି ବିବାହ ମଣ୍ଡପରେ ପହଞ୍ଚିଥିଲେ। ସେଠାରରେ ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ଆକାଶ ଓ ଐଶ୍ବର୍ୟ୍ୟାଙ୍କ ବିବାହ ହୋଇଥିଲା ।