କାଷ୍ଠଚିତ୍ର ସହ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ ଅରୁଣ ସାହୁ

ହିଞ୍ଜିଳି( ରଜନୀକାନ୍ତ ପାତ୍ର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ଜନ୍ମଦିନ । ତାଙ୍କ ଜନ୍ମଦିନ ଅବସରରେ ଏକ ଅଭିନବ ଉପାୟରେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ଶିଳ୍ପୀ ଅରୁଣ ସାହୁ । ଗଂଜାମ ଜିଲ୍ଲା ହିଂଜିଲିକାଟୁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣ୍ଟେଇକୋଳି ଗ୍ରାମର ଶିଳ୍ପୀ ଅରୁଣ ସାହୁ ଏକ କାଷ୍ଠଚିତ୍ର ସହ ଶୁଭେଚ୍ଛା ଓ ଶୁଭକାମନା ଜ୍ଞାପନ କରିଛନ୍ତି । ଦୁଇ ଖଣ୍ଡ କାଠ ପଟାରେ ତିଆରି ହୋଇଛି ଏହି ଚିତ୍ରଟି । ଗୋଟିଏ କାଠ ପଟାକୁ କଳା ରଙ୍ଗ ଦିଆଯାଇ ଥିବା ବେଳେ ତାହା ଉପରେ ଧଳା କାଠ ପଟାକୁ ଅଠା ଲଗାଇ ଲଗା ଯାଇଛି । ଧଳା କାଠ ପଟାକୁ ଖୋଦେଇ କରି ମୁଖ୍ୟମନ୍ତ୍ରୀଙ୍କ ମୁହଁ ଆକୃତି କରାଯାଇଛି । କଳା କାଠ ପଟାରେ ଲଗାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ଚିତ୍ର ସ୍ପଷ୍ଟ ଭାବେ ଦିଶୁଚି । ଦୂରରୁ ଦେଖିଲେ ତାହା ଏକ କାଠ ପଟା ଉପରେ କଳା ରଙ୍ଗରେ ଚିତ୍ର ଆଙ୍କିଲା ଭଳି ଦିଶୁଚି । ଏଥି ସହ ଚିତ୍ର ତଳେ ଛୋଟ ଛୋଟ କାଠ ଟୁକୁରା କାଟି ଇଂରାଜୀ ଅକ୍ଷରରେ ଲେଖାଯାଇଛି ।