ମନୀଷ ମୃତ୍ୟୁ ମାମଲାର ପରଦା ଉଠାଇଲା କମିଶନରେଟ ପୁଲିସ

(ଭୁବନେଶ୍ୱର) ; ବୀଲ ପେମେଣ୍ଟକୁ ନେଇ ମନୀଷଙ୍କୁ ହତ୍ୟା । ବହୁ ଚର୍ଚ୍ଚିତ ମନୀଷ ହତ୍ୟା ମାମଲାରେ ଉଠିଲା ପରଦା । କମିଶନରେଟ ପୁଲିସ ଘଟଣାରୁ ପରଦା ଉଠାଇଛି । ଘଟଣା ଦିନ ସନ୍ଧ୍ୟା ୫ଟା ୩୦ ବେଳେ ମନୀଷ ତିନିଜଣ ସାଙ୍ଗଙ୍କ ସହ ଲକ୍ଷ୍ମୀସାଗର ଯାଇଥିଲେ । ପରେ ଭୋରରୁ ଦୀନେଶ, ମୃତ୍ୟୁଞ୍ଜୟ ଓ ଅମ୍ରିତ ମିଶି ମନୀଷଙ୍କ ସହ ପାତ୍ରପଡ଼ା ଯାଇଥିଲେ । ହୋଟେଲରେ ବିଲ ପେମେଣ୍ଟକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।ଏହାକୁ ନେଇ ହୋଟେଲ ବାହାରେ ମନୀଷଙ୍କୁ ଆକ୍ରମଣ କରିଥିଲେ ଦୀନେଶ, ମୃତ୍ୟୁଞ୍ଜୟ ଓ ଅମ୍ରିତ । ମନୀଷଙ୍କ ମୃତ୍ୟୁ ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ଅଭିଯୁକ୍ତମାନେ ଅତ୍ମ ହତ୍ୟାର ରୂପ ଦେବାକୁ ଯାଇ ମୃତଦେହକୁ ପାତ୍ରପଡ଼ା ଭଗବାନପୁର ପୋଖରିରରେ ଫିଙ୍ଗି ଦେଇଥିଲେ । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ପ୍ରେସମିଟରେ କହିଛନ୍ତି ଠେଲାପେଲା ଦ୍ୱାରା ମନୀହଙ୍କ ମୃତ୍ୟୁ ହୋଇଛି । ତେବେ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ ପରେ ରିମାଣ୍ଡରେ ଆଣିବାକୁ ଆବେଦନ କରିବ କମିଶନରେଟ ପୋଲିସ । ପୋଖରିରେ ମୃତଦେହ ଫିଙ୍ଗିବା ପରେ ଅଭିଯୁକ୍ତଙ୍କୁ ଜଣେ ସ୍ଥାନୀୟ ଯୁବକ ଦେଖିଥିବା ମଧ୍ୟ ଡିସିପି କହିଛନ୍ତି । ଏବଂ ଘଟଣାରେ ବ୍ୟବହୃତ ହୋଇଥିବା କାରକୁ ପୋଲିସ ଜବତ କରିଛି । ଏବଂ ସାଉଥ ସିଟି ବାରକୁ ବିଏମସି ବାରକୁ ସିଲ କରିଛି ।