(ସୋନପୁର / ଓମ ପ୍ରକାଶ ମିଶ୍ର ) ; ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ର ସହରରେ ଥିବା ବରିଷ୍ଠ ସାମ୍ବାଦିକ ଙ୍କ ଏକ ମାତ୍ର ପୁଅର ଡେଙ୍ଗୁରେ ମୄତ୍ୟୁ ହୋଇଛି । ପାଠ ପଢାରେ ଯେମିତି ନା ଥିଲା ଠିକ ସେମିତି ସୁମଧୁର କଣ୍ଠରେ ଗୀତ ଗାଇ ସମସ୍ତଙ୍କୁ ଆଚମ୍ବିତ କରିଥିଲେ ଯୁବ କଳାକାର । କିନ୍ତୁ ହଠାତ୍ ତାଙ୍କ କଣ୍ଠର ଗୀତ ବନ୍ଦ ହୋଇଯାଇଛି । ସବୁଦିନ ପାଇଁ ସେ ଚାଲି ଯାଇଛନ୍ତି ଅଫେରା ରାଇଜକୁ । ସୂଚନା ଅନୁଯାୟୀ ବିନିକାର ବରିଷ୍ଠ ସାମ୍ବାଦିକ ଅକ୍ଷୟ ପୂଜାହାରି ଙ୍କ ଏକମାତ୍ର ପୁତ୍ର ଅଭିଜିତ ପୁଜାହାରି (୨୨) । ପାଠରେ ଯେମିତି ଜ୍ଞାନ ଅର୍ଜନ ସେମିତି କଳା କ୍ଷେତ୍ରରେ ବଂ କଣ୍ଠଶିଳ୍ପୀ ଭାବରେ ବିଭିନ୍ନ ସ୍ଥାନରେ ସମ୍ମାନିତ ହୋଇଥିଲେ । ଅଭିଜିତ କିଛିବର୍ଷ ହେଲା ଦିଲ୍ଲୀରେ ରହି ପାଠ ପଢୁଥିଲେ । ହେଲେ ୩ଦିନ ତଳେ ନିଜ ଗ୍ରାମ ବିନିକାକୁ ଆସିଥିଲେ କ୍ଷ ଗତକାଲି ତାଙ୍କ ଦେହ ଅସୁସ୍ଥ ହୋଇଥିଲା , ତାଙ୍କୁ ସଙ୍ଗେ ସଙ୍ଗେ ବଲାଙ୍ଗୀର ମେଡିକାଲ କ ନିଆ ଯାଇଥିଲା କିନ୍ତୁ ହଠାତ୍ ସେଠାରେ ତାଙ୍କର ପରଲୋକ ଘଟିଥିଲା । ଆଜି ସକାଳେ ଏହି ଖବର ପ୍ରଚାରିତ ହେବା ପରେ ସାଙ୍ଗସାଥୀ,ବନ୍ଧୁବାନ୍ଧବ ଓ ସାରା ବିନିକା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଆଜି ବିନିକା ସାମ୍ବାଦିକ ସଂଘ ସଭାପତି ମୁକ୍ତିକାନ୍ତ ପେରାଙ୍କ ସମେତ ସଂଘର ସଦସ୍ୟ ମାନେ ତାଙ୍କ ଘରକୁ ଯାଇ ଶୋକ ସନ୍ତପ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଏହି ଦୁର୍ଦ୍ଦିନ ଓ ଦୁଃଖ ସମୟରେ ଭଗବାନ ତାଙ୍କ ପରିବାରକୁ ସାହସ ଦିଅନ୍ତୁ ବୋଲି କହିଥିଲେ । ଘଟଣା ବିଷୟରେ ପଚାରିବାରୁ ଅଭିଜିତର ବାପା ତଥା ବରିଷ୍ଠ ସାମ୍ବାଦିକ ଅକ୍ଷୟ ପୂଜାହାରୀ ତାଙ୍କ ପୁଅକୁ ଡେଙ୍ଗୁ ରୋଗ ହୋଇଥିଲା ବୋଲି କହିଥିଲେ ।