ମାଲକାନାଗିରି: ପୁଣି ମାଲକାନାଗିରି ପୋଲିସ ପାଇଛି ଏକ ବଡ ସଫଳତା । ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସହ ଅନ୍ୟାନ୍ୟ ମାଓ ସାମଗ୍ରୀ ପୋଲିସ ଜବତ କରିଛି । ସୂଚନା ଅନୁସାରେ ଗତକାଲି ମାଲକାନାଗିରି ଜିଲ୍ଲା ମାଥିଲି ଥାନାର ତୁଳଳସୀ ପାହାଡରେ ପୋଲିସ ଏବଂ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ପୋଲିସ ଗୁଳିରେ ଦୁଇ ଜଣ ମାଓବାଦୀ ପ୍ରାଣ ହରାଇଥିବା ଜଣାପଡିଛି । ଏହାପରେ ଘଟଣାସ୍ଥଳରୁ ପୋଲିସ ଏସଏଲଆର, ଔଷଧ, କାରବାଇନ ଭଳି ୨ଟି ବନ୍ଧୁକ, ବିସ୍ପୋରଣ ସାମଗ୍ରୀ ସହ ମାଓ ପୋଷାକ, ପୁସ୍ତିକା ଏବଂ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରିଛି ପୋଲିସ । ଏହା ବ୍ୟତୀତ ବର୍ତ୍ତମାନ ସୁଦ୍ଧା ନିକଟସ୍ଥ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ମିଳିଛି ।