ନୂଆଦିଲ୍ଳୀ: ଟି-ଟ୍ୱେଣ୍ଟି ବିଶ୍ୱକପକୁ ଆଉ ମାତ୍ର କେଇଟା ଦିନ ବାକି ରହିଛି । ବିଶ୍ୱକପ ଯେତେ ପାଖେଇ ଆସୁଛି,ଏହାକୁ ନେଇ ଖେଳପ୍ରେମୀମାନଙ୍କ ଉତ୍ସାହ ସେତେ ବଢିବାରେ ଲାଗିଛି । ତେବେ ସବୁଠୁ ବଡ ଉତ୍ସାହ ଦୀର୍ଘ ଦିନ ପରେ କ୍ୟାପ୍ଟେନ କୁଲ ଧୋନୀଙ୍କୁ ପୁଣି ଥରେ ନୀଳ ଜର୍ସିରେ ଦେଖିବାକୁ ମିଳିବ । ମେଣ୍ଟର ଭାବରେ ବିସିସିଆଇ ଧୋନୀଙ୍କୁ ନିୟୋଜିତ କରିବା ପରେ ମାତ୍ର କିଛି ଘଣ୍ଟା ମଧ୍ୟରେ ଏହାକୁ ନେଇ ବିରୋଧ ଦେଖାଯାଇଥିଲା । ଏହାକୁ ନେଇ ଖୁବ ଚର୍ଚ୍ଚା ମଧ୍ୟ ଲାଗି ରହିଥିଲା । ପୁଣି ଥରେ ମେଣ୍ଟର ପଦକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ମହେନ୍ଦ୍ର ସିଂହ ଧୋନୀ । ଏହି ଦାୟିତ୍ୱ ପାଇଁ ସେ ଗୋଟିଏ ଟଙ୍କା ମଧ୍ୟ ନେବେ ନାହିଁ ବୋଲି ଜଣା ପଡିଛି । ଏ ନେଇ ବିସିସିଆଇ ସମ୍ପାଦକ ଜୟ ଶାହା ସୂଚନା ଦେଇଛନ୍ତି ।
"MS Dhoni is not charging any honorarium for his services as the mentor of Indian team for the T20 World Cup," BCCI Secretary Jay Shah to ANI
(file photo) pic.twitter.com/DQD5KaYo7v
— ANI (@ANI) October 12, 2021
ମେଣ୍ଟର ପଦରେ ଧୋନୀଙ୍କ ନିଯୁକ୍ତିର ୨୪ ଘଣ୍ଟା ଭିତରେ ଆପତ୍ତି ଉଠିଥିଲା। ଧୋନୀଙ୍କ ବିରୋଧରେ ହିତ ସାଧନ ଅଭିଯୋଗ ବିସିସିଆଇର ଶୀର୍ଷ ପରିଷଦରେ ଉଠିଥିଲା। ମଧ୍ୟ ପ୍ରଦେଶ କ୍ରିକେଟ୍ ଆସୋସିଏସନର ପୂର୍ବତନ ଅଧିକାରୀ ସଞ୍ଜୀବ ଗୁପ୍ତା ଲୋଧା କମିଟିର ସୁଧାରର ଯୁକ୍ତି ବାଢି ଧୋନୀ ଦୁଇଟି ପଦରେ ରହି ପାରିବେ ନାହିଁ ବୋଲି କହିଥିଲେ। ଅଭିଯୋଗ ଅନୁଯାୟୀ, ଧୋନୀ ଆଇପିଏଲ ଫ୍ରାଞ୍ଚାଇଜି ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ ଏବଂ ଏବେ ମେଣ୍ଟର କରାଯିବା ନିୟମ ବିରୋଧୀ ବୋଲି ଆଭ୍ଗୁଠି ଉଠାଇଥିଲେ ସଞ୍ଜୀବ ଗୁପ୍ତା ।