ନିମ୍ନମାନର କାର୍ଯ୍ୟ ଯୋଗୁ ରାସ୍ତାରେ ଗର୍ତ୍ତ

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୧୨୬ ଠାରୁ ମାନମକୋଣ୍ଡା ପର୍ଯ୍ୟନ୍ତ ନିର୍ମିତ ଆରଡି ରାସ୍ତାରେ ନିମ୍ନମାନର କାର୍ଯ୍ୟ ହୋଇଛି

(ମାଲକାନଗିରି / ସୂର୍ଯ୍ୟକାନ୍ତ ବେହେରା) : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୧୨୬ ଠାରୁ ମାନମକୋଣ୍ଡା ପର୍ଯ୍ୟନ୍ତ ନିର୍ମିତ ଆରଡି ରାସ୍ତାରେ ନିମ୍ନମାନର କାର୍ଯ୍ୟ ହୋଇଛି । ରାସ୍ତା ଉପରେ ବଡ଼ ଗର୍ତ୍ତ ସୃଷ୍ଟି ହେବା ପରେ ଏଭଳି ଅଭିଯୋଗ କରିଛନ୍ତି ସ୍ଥାନୀୟବାସିନ୍ଦା ।

ସୂଚନାନୁଯାୟୀ , ଏହି ରାସ୍ତାରେ ଗାଡ଼ି ଚଳାଚଳ କଲେ ମାଟି ଦବି ଯିବା ସହ ଗର୍ତ୍ତ ସୃଷ୍ଟି ହେଉଛି । ଫଳରେ ଦୁର୍ଘଟଣା ହେବାର ଆଶଙ୍କା ରହୁଛି । ମାନମକୋଣ୍ଡା ପଞ୍ଚାୟତବାସୀ ଏହି ରାସ୍ତା ଉପରେ ନିର୍ଭର କରୁଥିବାବେଳେ ବର୍ତମାନ ପିଡିଏସ ତଥା ଅନ୍ୟାନ୍ୟ ମାଲ୍ ବୋଝେଇ ଗାଡି ଚଳାଚଳରେ ଅସୁବିଧା ହେଉଛି । ତେଣୁ ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନେଇ ରାସ୍ତା ମରାମତି କରିବାକୁ ନିର୍ଦ୍ଦେଶ ଦେବାକୁ ଦାବି ହୋଇଛି ।