ଭାରତ ଚୀନ ସୀମା ବିବାଦ : ବିଫଳ ହେଲା ଉଚ୍ଚ ସ୍ତରୀୟ ବୈଠକ

ନୂଆଦିଲ୍ଲୀ : ଦୁଇ ଦେଶର ସୈନ୍ୟ ଉଚ୍ଚ ପଦାଧିକାରୀ ମାନଙ୍କ ଦ୍ୱରା ହୋଇଥିବା ବୈଠକ ସଫଳ ହୋଇପାରିନାହିଁ । ଖଇଉରେ ଉପୁଜିଥିବା ବିବାଦର କୌଣସି ସମାଧାନ ହୋଇପାରିନାହିଁ । ଏହି ବୌଠକ ରବିବାର ଦିନ ଚୀନ ଓ ଭାରତର କମାଣ୍ଡର ସ୍ତରୀୟ ଅଧିକାରୀ ମାନଙ୍କ ଦ୍ୱାରା ହୋଇଥିଲା । ଏହି ବୈଠକରେ ଭାରତୀୟଙ୍କ ଅଧିକାରୀ ମାନଙ୍କ ଦ୍ୱାରା ବିବାଦର ସମାଧାନ ପାଇଁ ଗଠନ ମୂଳକ ପ୍ରାସ୍ତାବ ଦିଆଯାଇଥିଲେ ମଧ୍ୟ ତାହା ଚିନ ଅଧିକାରୀ ମାନେ ଏହି ପ୍ରସ୍ତାବକୁ ଗ୍ରହଣ କରିନଥିଲେ । ଦୁଇ ଦେଶପକ୍ଷରୁ ସୀମାରେ ଯୋଗାଯୋଗ ଓ ସ୍ଥିରତା ବଜାୟ ରଖିବାକୁ ଭାରତ ଓ ଚୀନ ଏହି ବୈଠକରେ ସହମତି ପ୍ରକାଶ କରିଥିଲେ । ଏହି ବୈଠକରେ ଭାରତ ଅଯୌକ୍ତିକ ଓ ଅବାସ୍ତବ ଦାବୀ କରୁଥିବା ନେଇ ଚୀନର ଓ୍ବେଷ୍ଟର୍ନ ଥିଏଟର କମାଣ୍ଡ ଅଭିଯୋଗ କରିଛନ୍ତି । ଚୀନ୍ ହଟ୍ ସ୍ପ୍ରିଙ୍ଗ୍ ଅଞ୍ଚଳରେ ମଧ୍ୟ ବଫର୍ ଜୋନ୍ ସୃଷ୍ଟି କରିବାକୁ ଚାହୁଁଛି । ୩-୧୦ କିଲୋମିଟର ବଫର ଜୋନର ଅର୍ଥ ହେଉଛି ଯେ ପୂର୍ବ ପରି ଭାରତ ସେହି ଅଞ୍ଚଳରେ ପେଟ୍ରୋଲ କରିପାରିବ ନାହିଁ । ଏହା ବ୍ୟତୀତ ଚୀନ୍ ଦେବସାଙ୍ଗ ଏବଂ ଡେମଚୋକ୍ ଭଳି ପ୍ରସଙ୍ଗ ଉପରେ ୨୦୨୦ରୁ ଆରମ୍ଭ ହୋଇଥିବା ଗତିରୋଧର ଅଂଶ ନୁହେଁ, ସେ ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁନି ଚୀନ୍ ।