ବ୍ରହ୍ମପୁର: ବ୍ରହ୍ମପୁର ପୋଲିସକୁ ମିଳିଲା ବଡ ସଫଳତା । ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ଅବକାରୀ ବିଭାଗ । ଚଢାଉରେ ୫୦୦ ଗ୍ରାମ ଗଞ୍ଜେଇ ଜବତ ସହିତ ୨ ଜଣଙ୍କୁ ଗିରଫ ।
ଗଞ୍ଜାମ ଜିଲ୍ଳା ପାଟପୁରରୁ ମହାରାଷ୍ଟ୍ରକୁ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିଲା । ଏ ସମ୍ପର୍କରେ ଅବକାରୀ ବିଭାଗର ଗୁଇନ୍ଦା ସଂସ୍ଥା ଅବକାରୀ ବିଭାଗକୁ ଅବଗତ କରାଇଥିଲା । ଏହାପରେ ବ୍ରହ୍ମଗିରି ଖୋଡାସିଙ୍ଗି ନିକଟରେ ଚଢାଉ କରି ଏକ ଟ୍ରକକୁ ଜବତ କରିଥିଲା ଅବକାରୀ ବିଭାଗ । ଯାଞ୍ଚ ପରେ ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଟ୍ରକରୁ ୫୦୦ କିଲୋଗ୍ରାମର ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ତେବେ ଅବକାରୀ ବିଭାଗ ତରଫରୁ ଉଭୟ ଅଭିଯୁକ୍ତଙ୍କୁ ଏବେ ପଚରାଉଚରା ଜାରି ରହିଛି ।