ଓଡ଼ିଆ ଭାଷାର ସୁରକ୍ଷା ନେଇ ଝାଡଖଣ୍ଡ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ : ଝାଡଖଣ୍ଡ ଓ ଆନ୍ଧ୍ରରେ ଓଡିଆ ଭାଷା ଓ ଓଡିଶାର ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ । ରେଡ୍ଡୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଲେ ଉଭୟ ରାଜ୍ୟରେ ସଂଖ୍ୟାଲଘୁ ଓଡିଆ ଛାତ୍ରଛାତ୍ରୀଙ୍କୁ ଓଡିଆ ପଢାରେ ବ୍ୟାଘାତ ନେଇ ଉଦବେଗ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ । ଦୁଇଟି ରାଜ୍ୟରେ ଓଡିଆ ଭାଷାର ଥିବା ଇତିହାସର ଗୁରୁତ୍ୱକୁ ୨ ଜଣ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଲେ କେନ୍ଦ୍ରମନ୍ତ୍ରୀ । ଜାତୀୟ ଶିକ୍ଷା ନୀତି-୨୦୨୦ରେ ଥିବା ମୂଲ୍ୟବୋଧକୁ କାର୍ଯ୍ୟକାରୀ କରିବା ତଥା ଛାତ୍ରଛାତ୍ରୀଙ୍କୁ ମାତୃଭାଷାରେ ପଢାଇବା ନେଇ ପରାମର୍ଶ । ଭାଷା ପ୍ରସଙ୍ଗରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ତିନୋଟି ପରାମର୍ଶ । ଆପୋସ ସମାଧାନ ପାଇଁ ସହଯୋଗ କରିବାକୁ ବ୍ୟକ୍ତିଗତ ସ୍ତରରେ ସମର୍ଥନ ଦେବାକୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିଶ୍ରୁତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପତ୍ର ଲେଖି ଜାତୀୟ ଶିକ୍ଷା ନୀତି୨୦୨୦ରେ ଥିବା ମୂଲ୍ୟବୋଧକୁ କାର୍ଯ୍ୟକାରୀ କରିବା ସହ ଝାଡଖଣ୍ଡରେ ଓଡ଼ିଆ ଭାଷାଭାଷୀ ସ୍କୁଲ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରେ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଛନ୍ତି ।