ସୋନପୁର(ଓମପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଏସ. ରାମପୁର କଲ୍ୟାଣ ମଣ୍ଡପଠାରେ ବିଜେପି କୄଷକ ମୋର୍ଚ୍ଚା ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅବସରପ୍ରାପ୍ତ ସେନା ଯବାନ ଏବଂ ୬୦ ଜଣ କୄଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସୁବର୍ଣ୍ଣପୁର ଜିଲ୍ଲା କୄଷକ ମୋର୍ଚ୍ଚା ସଭାପତି ଶିବରାଜ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ରାଜ୍ୟ କୄଷକ ମୋର୍ଚ୍ଚା ସଭାପତି ପ୍ରଦିପ କୁମାର ପୁରୋହିତ ଯୋଗ ଦେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ କୄଷୀ ଆଇନକୁ ଜାଣିଶୁଣି ବିରୋଧ କରିବା ସହ କୃଷକଙ୍କୁ ଭୂଆଁ ବୁଲାଉଛନ୍ତି । ଧାନ କିଣାରେ ଚାଷୀଙ୍କୁ ହଇରାଣ କରିବା ସହ ପିଏମ କିଷାନ ଟଙ୍କା ପ୍ରଦାନରେ ପାତରଅନ୍ତର କରାଯାଇଥିବା ଶ୍ରୀ ପୁରୋହିତ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ, ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଅଶୋକ କୁମାର ପୂଜାରୀ, ବିଜୟ ମହାକୁର, କିଶୋର ଶିବରାଜ ବେହେରା ପ୍ରମୁଖ ଉପସ୍ତିତ ଥିଲେ । ଶେଷରେ କୃଷକ ମୋର୍ଚ୍ଚାର ଜିଲ୍ଲା ସମ୍ପାଦକ ରାଧାକାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।