ମାଲକାନଗିରି(ସୂର୍ୟ୍ୟକାନ୍ତ ବେହେରା) : ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦଶାହ କର୍ମରେ ଯୋଗ ଦେବାକୁ ଯାଉ ଥିବା ବେଳେ ଓଲଟି ପଡ଼ିଲା ପିକ୍ଅପ୍ ଭ୍ୟାନ୍ । ଫଳରେ ୧୧ ଜଣ ଆହତ ହେବା ସହ ୪ ଜଣ ଗୁରୁତର ହୋଇଛନ୍ତି ।
ସୂଚନା ମୁତାବକ , ଆଜି ବଡପଦର ପଞ୍ଚାୟତସ୍ଥିତ ଲାମ୍ବାସିଂ ଗ୍ରାମରେ ଏକ ଦଶାହ କାର୍ୟ୍ୟରେ ଯୋଗଦେବା ପାଇଁ ଏକ ପିକଅପ୍ ଭ୍ୟାରେ ୧୫ଜଣ ସ୍ବାଭିମାନ ଅଞ୍ଚଳ ବାସିନ୍ଦା ଯୋଗଦେବାକୁ ଆସୁଥିବା ସମୟରେ ଗାଡିଟି ଭାରସାମ୍ୟ ହରାଇ ହନ୍ନାଳଗୁଡା ରାସ୍ତା କଡ଼ରେ ଓଲଟି ପଡିଥିଲା । ଗାଡ଼ିରେ ବସିଥିବା ସମସ୍ତ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହାତଙ୍କୁ ଚିତ୍ରକୋଣ୍ଡା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ଆହତ ମାନଙ୍କୁ ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରା ଯାଇଥିବା ସୂଚନା ମିଳିଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ସ୍ଵାଭିମାନ ଅଞ୍ଚଳରେ ନିମ୍ନ ମାନର ରାସ୍ତା କାମ ପାଇଁ ବାରମ୍ବାର ଦୁର୍ଘଟଣା ଘଟୁଛି ଏବଂ ଅନେକ ଧନଜୀବନ ହାନି ହେଉ ଥିବାର ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।