ହିଞ୍ଜିଳି(ରଜନୀ କାନ୍ତ ପାତ୍ର): ସମ୍ଭାବ୍ୟ ବାତ୍ୟା ଗୁଲାବ ପାଇଁ ସଜାଗ ରହିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଜରୁରୀ କାଳୀନ ବୈଠକ । ବିଭିନ୍ନ ବିଭାଗର ଅଧିକାରୀ ମାନେ ଏହି ବୖଠକରେ ଉପସ୍ଥିତ ରହିଛନ୍ତି ।
ସୂଚନା ଅନୁଯାୟୀ, ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା ସମୟରେ ଜିରୋ କାଜୁଆଲଟି ଉପରେ ଗୁରୁତ୍ୱ ଦିଆଯାଇଛି । ବିଶେଷ କରି ସମୁଦ୍ର ଓ ନଦୀ କୂଳିଆ ଅଞ୍ଚଳ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ପଡିଲେ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ । ତେଣୁ ସ୍କୁଲ ଏବଂ ବାତ୍ୟା ଆଶ୍ରୟସ୍ଥଳି ପ୍ରସ୍ତୁତ କରିବାକୁ କୁହାଯାଇଛି । ସେହିପରି ରବିବାର ଓ ସୋମବାର ସମୁଦ୍ର କୂଳକୁ କାହାକୁ ଛଡାନଯିବାକୁ ପରାମର୍ଶ ଦିଆଯାଇଛି । ଗର୍ଭବତୀ ମହିଳା ମାନଙ୍କୁ ଚିହ୍ନଟ କରାଯିବା ସହ ଆବଶ୍ୟକ ହେଲେ ମେଡିକାଲକୁ ସ୍ଥାନାନ୍ତରିତ କରାଯିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ବାତ୍ୟା ତିତଲି ସମୟରେ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳଗୁଡିକ ପ୍ରତି ଧ୍ୟ୍ୟାନ ଦେବାକୁ ଜିଲ୍ଲାପାଳ କହିଛନ୍ତି ।