ହିଞ୍ଜିଳି (ରଜନୀ କାନ୍ତ ପାତ୍ର): କଟକ ମୁଣ୍ଡୁଳୀ ଠାରେ ଅପରେସନ ଗଜରାଜର ଖବର ସଂଗ୍ରହ ସମୟରେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିଥିବା କାର୍ୟ୍ୟରତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ ରାଜ୍ୟର ଗଣମାଧ୍ୟମ ଜଗତରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଏପରି ଅକାଳ ବିୟୋଗରେ ସ୍ଥାନୀୟ ହିଞ୍ଜିଳିକାଟୁ ଅଞ୍ଚଳର ସାମ୍ବାଦିକ ମାନେ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି । ସ୍ଥାନୀୟ ଅଞ୍ଚଳର କାର୍ୟ୍ୟରତ ସାମ୍ବାଦିକ ମାନେ ବସ-ଷ୍ଟାଣ୍ଡ ଠାରେ ଏକତ୍ରିତ ହୋଇ ସ୍ୱର୍ଗତ ଅରିନ୍ଦମ ଦାସଙ୍କ ଅମରାତ୍ମାର ସଦଗତି ପାଇଁ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ବସନ୍ତ କୁମାର ପଟ୍ଟନାୟକ, ଆକାଶ ପଟ୍ଟନାୟକ, ରଜନୀକାନ୍ତ ପାତ୍ର, ସୀମାଞ୍ଚଳ ନାହାକ, ହିମାଂଶୁ ବେହେରା, ରଞ୍ଜିତ କୁମାର ପୋଲାଇ, ମନୋଜ ସାହୁ ପ୍ରମୂଖ ଅନେକ ସାମ୍ବାଦିକ ଉପସ୍ଥିତ ରହି ସ୍ମୃତି ଅର୍ଘ୍ୟ ପ୍ରଦାନ କରିଥିଲେ ।