ଗୋପ(ଜୟନ୍ତକୁମାର ସେଠୀ) : ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଓ ଅବକାରୀ ଅଧୀକ୍ଷକ ତତ୍ୱବାଧାନରେ ତଥା ସାତପଡ଼ା ଅବକାରୀ ଏସଆଇ ବିନୋଦ ବାସ୍କେଙ୍କ ନେତୃତ୍ୱରେ କୃଷ୍ଣପ୍ରସାଦ ଥାନା ଅଂଚଳରେ ଚଢ଼ାଉ କରାଯାଇ ବେଆଇନ ଭାବେ ନିଶା କାରବାର କରୁଥିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରାଯାଇଛି । ଏଥିରେ ଜଣେ ଫେରାର ଅଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ପାଉଚ ଦେଶୀ ମଦ ଜବତ କରାଯାଇଛି । ସେମାନେ ହେଲେ ପଥରଗୁଞ୍ଜ ଗ୍ରାମର ବିକାଶ କୁମାର ବିଶ୍ୱାଳ, ତାଙ୍କଠାରୁ ୧୨୦୦ ଲିଟର ଦେଶୀରନ୍ଧା ଜବତ ହୋଇଛି କ୍ଷ ଅଁଳାକୁଡ଼ା ଗ୍ରାମର ତପନ କୁମାର ଜେନା ଠାରୁ ୬୦୦ ଲିଟର ଦେଶୀ ରନ୍ଧା ମଦ ଜବତ ହୋଇଛି । ଫେରାର ଅଭିଯୁକ୍ତ ହେଉଛି ରତାମାଟି ଗ୍ରାମର ଟିଲୁ ପଲେଇ, ବୟସ-୩୨ ବର୍ଷ କ୍ଷ ଟିଲୁ ୧୦୦୦ ଲିଟର ଦେଶୀ ରନ୍ଧା ମଦ ଛାଡି ଚଢ଼ାଉ ସମୟରେ ଘଟଣାସ୍ଥଳରୁ ଫେରାର ହେଲେ । ଅଭିଯୁକ୍ତଙ୍କୁ ବିରୋଧରେ ୫୭,୫୮,୫୯/୨୦୨୧-୨୨ ରେ ପୃଥକ ପୃଥକ ମାମଲା ରୁଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉରେ ଏସଆଇ ରଙ୍କନିଧି ମଲ୍ଲିକ, କନେଷ୍ଟବଳ ଡୁଙ୍ଗ , ସଞ୍ଜିପ ହସ୍ତୀ, ପ୍ରବୀଣ, ଅଭିଜିତ ପ୍ରଧାନ ପ୍ରମୁଖ ସାମିଲ ଥିଲେ ।