ଭବନେଶ୍ୱର(ଆଦର୍ଶ ରାଉତ) : ବିଭିନ୍ନ ଫେକ୍ ଫେସବୁକ ଆକାଉଣ୍ଟ ମାଧ୍ୟମରେ ଅନେକ ଯୁବକ ମାନଙ୍କ ଠାରୁ ଟଙ୍କା ଠକିଥିବା ଅଭିଯୋଗରେ ଆଜି ପୋଲିସ ଜଣେ ମହିଳାକୁ ଗିରଫ କରିଛି । ଠକ ମହିଳା ହେଉଛନ୍ତି ନାଛୁନି ଗାଁର ପ୍ରିୟଙ୍କା ପ୍ରିୟଦର୍ଶିନୀ ପରିଡା । ପ୍ରିୟଙ୍କା ବିଭିନ୍ନ ଫେକ୍ ଫେସବୁକ ଆକାଉଣ୍ଟ ମାଧ୍ୟମରେ ସେ ଜଣେ ଡାକ୍ତର ଇନ୍ଜିନିୟର ପରିଚୟ ଦେବା ସହ ବିବାହର ପ୍ରଲୋଭନ ଦେଇ ୧୫ରୁ ଅଧିକ ଯୁବକଙ୍କୁ ଠକିଥିବା ଜଣାପଡିଛି । ତାଙ୍କ ଠାରୁ ନଗଦ ୧ ଲକ୍ଷ ଟଙ୍କା ଓ ଏକାଧିକ ଆଇଡିକାର୍ଡ ଜବତ କରାଯାଇଛି। ଅଭିଯୋଗ ଅନୁଯାୟୀ, ପ୍ରିୟଙ୍କା ଫେସ୍ବୁକ୍ ଓ ହ୍ୱାଟ୍ସଆପ୍ରେ ଅନେକ ନକଲି ଆକାଉଣ୍ଟ ଖୋଲିଥିଲେ। ସେଥିରେ ଅନ୍ୟ ସୁନ୍ଦରୀ ଯୁବତୀମାନଙ୍କ ଫଟୋ ଦେଉଥିଲେ। ନାଁ ବି ଭିନ୍ନ ଭିନ୍ନ ରଖୁଥିଲେ। କେତେବେଳେ ନିଜକୁ ଡାକ୍ତର ତ କେତେବେଳେ ଆଇଟି ପ୍ରଫେସ୍ନାଲ୍ ଭାବେ ପରିଚୟ ଦେଉଥିଲେ। ସେହିଭଳି ଆଉ କେଉଁ ଆକାଉଣ୍ଟରେ ନିଜକୁ ବ୍ୟୁଟିସିଆନ୍ ବୋଲି ଦର୍ଶାଇଥିଲେ। ଆଉ ଏମିତି କରି ଯୁବକମାନଙ୍କୁ ପ୍ରେମ ନିବେଦନ କରୁଥିଲେ। ତାଙ୍କ ପ୍ରେମ ଜାଲରେ ୧୦ରୁ ଅଧିକ ଯୁବକ ପଡ଼ିଥିଲେ। ଥରେ ଯୁବକମାନେ ତାଙ୍କ ଜାଲରେ ପଡ଼ିବା ପରେ ସେ ବିଭିନ୍ନ ପ୍ରକାରର ବାହାନା କରି- କେତେବେଳେ ପାଠପଢ଼ା ପାଇଁ ତ କେବେଳେ ଘରର ଅସୁବିଧା ବା ଦେହ ଖରାପ କହି ଟଙ୍କା ଲୁଟୁ ଥିଲେ। ସେମାନଙ୍କ ଠାରୁ ପ୍ରାୟ ୨୫ ରୁ ୩୦ ଲକ୍ଷ ଟଙ୍କା ହଡ଼ପ କରିଥିଲେ ପ୍ରିୟଙ୍କା। ଟଙ୍କା ପାଇ ସାରିବା ପରେ ସେ ଆକାଉଣ୍ଟ ବନ୍ଦ କରି ଦେଉଥିଲା। କେହି ଭିଡିଓ କଲ୍ କଲେ ସେ ଫୋନ୍ ଉଠାଉ ନଥିଲେ।
ଠକାମୀର ଶିକାର ହୋଇଥିବା ଯୁବକ ମାନଙ୍କ ମଧ୍ୟରୁ ଜଣକ ଠାରୁ ସାଢେ ୬ ଲକ୍ଷ ଟଙ୍କା ଠକିଥିଲେ । ତେବେ ଯୁବକ ଜଣଙ୍କୁ ସନ୍ଦେହ ହେବା ପରେ ସେ ପ୍ରିୟଙ୍କାର ପ୍ରକୃତ ପରିଚୟ ଜାଣିପାରିଥିଲେ । ଏହା ପରେ ସେ ପୁଲିସ୍ ର ଦ୍ୱାରସ୍ଥ ହୋଇଥିଲେ । ପୁଲିସ ଅଭିଯୋଗ ପାଇବା ପରେ ପୁଲିସ ପ୍ରିୟଙ୍କାକୁ ଗିରଫ କରିଥିଲା ।