କେରଳରେ ଗତ ୨୪ ଘଣ୍ଟାରେ ୨୫,୦୧୦ ନୂଆ ସଂକ୍ରମିତ ଚିହ୍ନଟ

ଆଜି କେରଳ କରୋନା ସଂକ୍ରମଣରେ ଟିକେ ହ୍ରାସ ହୋଇଥିବା ସୂଚନା ମିଳିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୫,୦୧୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

(କେରଳ) : ଆଜି କେରଳ କରୋନା ସଂକ୍ରମଣରେ ଟିକେ ହ୍ରାସ ହୋଇଥିବା ସୂଚନା ମିଳିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୫,୦୧୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ୧୭୭ ଜଣଙ୍କର ଜୀବନ ଯାଇଛି ବୋଲି ଶୁକ୍ରବାର ସୂଚନା ଦେଇଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ। ମଙ୍ଗଳବାର ରାଜ୍ୟରେ ୩୦ ହଜାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମଣ ଧୀରେ ଧୀରେ କମୁଥିବାର ଦେଖାଯାଉଛି। ଗୁରୁବାର ରାଜ୍ୟରେ ୨୬,୨୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାନୁଯାୟୀ , ଆଜି ୨୩,୫୩୫ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୪୦,୭୪,୨୦୦ ହୋଇଛି। ରାଜ୍ୟର ୧୪ ଜିଲ୍ଲା ମଧ୍ୟରୁ ଥ୍ରୁସୁରେ ସର୍ବାଧିକ ୩୨୨୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତା ପଛକୁ ଏର୍ଣ୍ଣାକୁଲମ୍‌ରେ ୩୦୩୪ ଓ ମଲାପ୍ପୁରମ୍‌ରେ ୨,୬୦୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବୁଧବାର ରାଜ୍ୟରେ ସକ୍ରିୟ ହାର ୧୭.୬୩ ପ୍ରତିଶତ ଥିଲା। ଶୁକ୍ରବାର ଏହି ହାର ସାମାନ୍ୟ ହ୍ରାସ ପାଇ ୧୬.୫୩ ପ୍ରତିଶତ ହୋଇଛି। ଅନ୍ୟପଟେ ଗୋଟିଏ ଦିନରେ ରାଜ୍ୟରେ ୧,୫୧.୩୧୭ ସାମ୍ପଲ ଟେଷ୍ଟ କରାଯାଇଛି।