ପ୍ରଭୁ ଶ୍ରୀଗଣେଶଙ୍କ ପୂଜା ଅବସରରେ ଶୁଭେଚ୍ଛା ଜଣାଇଲେ ମୋଦି ଓ ନବୀନ
ଆଜି ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ । ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ଏକ ପ୍ରମୁଖ ପର୍ବ ରୂପେ ସାରା ଦେଶରେ ପାଳନ କରାଯାଉଛି ।
(ଭୁବନେଶ୍ୱର) : ଆଜି ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ । ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ଏକ ପ୍ରମୁଖ ପର୍ବ ରୂପେ ସାରା ଦେଶରେ ପାଳନ କରାଯାଉଛି । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ।
आप सभी को गणेश चतुर्थी की मंगलकामनाएं। यह पावन अवसर हर किसी के जीवन में सुख, शांति, सौभाग्य और आरोग्य लेकर आए। गणपति बाप्पा मोरया!
— Narendra Modi (@narendramodi) September 10, 2021
ପ୍ରଧାନମନ୍ତ୍ରୀ ଟ୍ଵିଟ୍ କରି କହିଛନ୍ତି ଯେ, ଆପଣ ସମ୍ତଙ୍କୁ ଗଣେଶ ଚତୁର୍ଥୀର ମଙ୍ଗଳକାମନା। ଏହି ପାବନ ଅବସର ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସୌଭାଗ୍ୟ ଏବଂ ଆରୋଗ୍ୟ ନେଇ ଅସୁ। ଗଣପତି ବାପ୍ପା ମୋରୟା !
ସୂଚନାନୁଯାୟୀ , ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ଵିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କ ଟ୍ଵିଟ୍ରେ ଲେଖିଛନ୍ତି ଯେ, ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ଶ୍ରୀ ଗଣେଶଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ। ଆଜି ପବିତ୍ର ଗଣେଶ ପୂଜା ଅବସରରେ ଓଡ଼ିଶାର ପୁରପଲ୍ଲୀ ଉତ୍ସବମୁଖର।
ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ଶ୍ରୀ ଗଣେଶଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ।#GaneshChaturthi pic.twitter.com/csoC7uHvC4
— Naveen Patnaik (@Naveen_Odisha) September 10, 2021
ପ୍ରତିଟି ଓଡ଼ିଆଙ୍କ ପାଇଁ ଏହା ଏକ ଗଣପର୍ବ । ଏହି ପୂଜା ପରମ୍ପରା ଓ ବିଧିବିଧାନ ଅନୁସାରେ ପାଳିତ ହୋଇଥାଏ । ଶିକ୍ଷାନୁଷ୍ଠାନମାନଙ୍କରେ ଗଣେଶ ପୂଜାର ବିଶେଷ ମହତ୍ୱ ରହିଛି । ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଗଣେଶ ଚତୁର୍ଥୀ ବେଶ ଆଡ଼ମ୍ବରରେ ପାଳିତ ହୁଏ ।