ବାର୍ମେର : ଜାତୀୟ ରାଜପଥରେ ଅବତରଣ କରିବ ଯୁଦ୍ଧ ବିମାନ ମିଗ୍ । ୩.୫ କିଲୋମିଟର ଓ୍ବାନ ଓ୍ବରେ ଲ୍ୟାଣ୍ଡ କରିଛି ଯୁଦ୍ଧ ବିମାନ । ରାଜସ୍ଥାନର ବାଡ୍ମେର-ଜାଲୋର ଜିଲ୍ଲା ସୀମାରେ ଅଗଡାୱାରେ ଏନ୍ଏଚ୍-୯୨୫ଏରେ ନିର୍ମିତ ଷ୍ଟ୍ରିପରେ ଅବତରଣ କରିଛି ବିଭିନ୍ନ ଯୁଦ୍ଧ ବିମାନ । ଭାରତ-ପାକିସ୍ତାନ ସୀମା ନିକଟରେ ନିର୍ମିତ ଦେଶର ପ୍ରଥମ ଏମର୍ଜେନ୍ସି ଏୟାରଷ୍ଟ୍ରିପ୍ ଉଦ୍ଘାଟିତ ହୋଇଛି । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏବଂ ସଡ଼କ ଓ ରାଜମାର୍ଗ ମନ୍ତ୍ରୀ ନୀତୀନ ଗଡ଼କରୀ ଏହାର ଉଦ୍ଘାଟନ କରିଛନ୍ତି । ଏହି ସମୟରେ ବାୟୁସେନାରେ ସାମିଲ ସୁଖୋଇ ଏସ୍ୟୁ-୩୦, ମିଗ୍ ଓ ଜାଗୁଆର ଭଳି ଲଢ଼ୁଆ ବିମାନ ଏଠାରେ ଜରୁରୀକାଳୀନ ଅବତରଣ କରିବେ ।
ରିପୋର୍ଟ ଅନୁସାରେ ଏହା ଂହୋଇଛି । ବୁଧବାର ଏଠାରେ ରିହର୍ସାଲ ଭାବେ ୩ଟି ଲଢ଼ୁଆ ବିମାନକୁ ଅବତରଣ କରାଯାଇଥିଲା । ବାୟୁସେନା ଅଧିକାରୀଙ୍କ ତତ୍ତ୍ୱାବଧାନରେ ସକାଳେ ପ୍ରଥମେ ହରକ୍ୟୁଲିସ ବିମାନ ଓହ୍ଲାଇଥିଲା । ଏହାପରେ ସୁଖୋଇ ଓ ମିଗ୍ ସହ ଅଗୁସ୍ତା ହେଲିକପ୍ଟର ବି ଅବତରଣ କରିଥିଲା । ଏହି ଏୟାରଷ୍ଟ୍ରିପ୍କୁ ଭାରତମାଲା ପ୍ରକଳ୍ପ ଅଧୀନରେ ବାୟୁସେନାର ଜରୁରୀକାଳୀନ ବ୍ୟବହାର ପାଇଁ ପ୍ରସ୍ତୁତ କରାଯାଇଥିବାବେଳେ ଏଥିପାଇଁ ମୋଟ ୩୨.୯୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହା ପାକିସ୍ତାନର ସୀମାଠାରୁ ମାତ୍ର ୪୦ କିମି ଦୂର । ଏୟାରଷ୍ଟ୍ରିପ୍ର ଲମ୍ବ ୩ କିମି ହୋଇଥିବାବେଳେ ଚଉଡ଼ା ୩୩ ମିଟର । ଏହାର ଉଭୟ ପାଶ୍ୱର୍ରେ ୪୦ଗୁଣା ୧୮୦ ମିଟର ଆକାରରେ ୨ଟି ପାର୍କିଂ ବନାଯାଇଛି ଯେପରିକି ଅବତରଣ ପରେ ବିମାନକୁ ପାର୍କ କରିହେବ । ଏମର୍ଜେନ୍ସି ଏୟାରଷ୍ଟ୍ରିପ୍ ନିକଟରେ ୩.୫ କିମି ଲମ୍ବ ଓ ୭ମିଟର ଚଉଡ଼ା ସର୍ଭିସ୍ ରୋଡ୍ ବି ବନାଯାଇଛି ।