ମୋଟାପା ହ୍ରାସ କରେ ତେନ୍ତୁଳି ରସ

ତେନ୍ତୁଳି ଖାଦ୍ୟର ସ୍ୱାଦକୁ ବଢ଼ାଇଥାଏ। ଖାଇବାକୁ ଚଟ୍‌ପଟା କରିବା ପାଇଁ ଏହାକୁ ଖଟା ଚଟଣୀ ଭାବରେ ବ୍ୟବହାର କରାଯାଇଥାଏ।

ତେନ୍ତୁଳି ଖାଦ୍ୟର ସ୍ୱାଦକୁ ବଢ଼ାଇଥାଏ। ଖାଇବାକୁ ଚଟ୍‌ପଟା କରିବା ପାଇଁ ଏହାକୁ ଖଟା ଚଟଣୀ ଭାବରେ ବ୍ୟବହାର କରାଯାଇଥାଏ। ହେଲେ ବହୁତ କମ୍‌ ଲୋକଙ୍କୁ ଜଣା ଯେ ଶରୀରର ଓଜନ କମ୍‌ କରିବା ପାଇଁ ତେନ୍ତୁଳି ସାହାଯ୍ୟ କରିଥାଏ। ଏଥିରେ ଭିଟାମିନ୍‌ ସି, ଇ, ବି, କ୍ୟାଲସିୟମ୍‌, ଆଇରନ୍‌, ମାଙ୍ଗାନିଜ୍‌, ପୋଟାସିୟମ୍‌, ଫସଫରସ୍‌ ଓ ଫାଇବର୍‌ ପ୍ରଚୁର ମାତ୍ରାରେ ରହିଛି। ଏସବୁ ତତ୍ତ୍ୱ ଶରୀରରେ ଫ୍ୟାଟ୍‌ ବର୍ନ୍‌ କରିବା ସହ ଭୋକର ମାତ୍ରାକୁ କମାଇଥା’ନ୍ତି। ତା’ହେଲେ ଆସନ୍ତୁ ଜାଣିବା ଓଜନ କମାଇବା ପାଇଁ ତେନ୍ତୁଳି କିପରି ସାହାଯ୍ୟ କରିଥାଏ :-

୧. ତେନ୍ତୁଳିରେ ମାଙ୍ଗାନିଜ୍‌, ପୋଟାସିୟମ୍‌, ଫସଫରସ୍‌ ପରି ଭିଟାମିନ୍ ଓ ମିନେରାଲ୍ ବହୁ ପରିମାଣରେ ରହିଛି । ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ।

୨. ଆପଣଙ୍କ ଗଳାରେ କଷ୍ଟ ହେଉଥିଲେ ବା ଥଣ୍ଡା ଯୋଗୁ ଆପଣ ଠିକ୍ରେ କଥା କହି ପାରୁନଥିଲେ ତେନ୍ତୁଳି ପାଣି ପିଅନ୍ତୁ। ଏହା ଆପଣଙ୍କୁ ଆରାମ ଦେବ।

୩ . ଥଣ୍ଡା ହୋଇଥିଲେ ଆଉ ଗୋଟେ ଉପାୟରେ ମଧ୍ୟ ତେନ୍ତୁଳି ବ୍ୟବହାର କରିପାରିବେ। ଗୋଟେ ଗ୍ଲାସ୍ ଉଷୁମ ପାଣିରେ ଗୋଟେ ଚାମଚ ତେନ୍ତୁଳି ରସ ପକାଇ ପିଇଲେ ଆପଣ ଥଣ୍ଡାରୁ ଉପଷମ ପାଇ ପାରିବେ।

୪. ଆମ ଶରୀରରୁ ଅନାବଶ୍ୟକ ବର୍ଯ୍ୟ ବସ୍ତୁ ବାହାର କରିବାରେ ମଧ୍ୟ ତେନ୍ତୁଳି ସାହାଯ୍ୟ କରିଥାଏ। ଏଥପାଇଁ ଆପଣ ଦୁଇ ଛୋଟ ଚାମଚ ତେନ୍ତୁଳି ରସ ପ୍ରତିଦିନ ଖାଆନ୍ତୁ।

୫. ତେନ୍ତୁଳି ରସ ହାର୍ଟ ପାଇଁ ବହୁତ ଭଲ। ହାର୍ଟ ରୋଗୀ ତେନ୍ତୁଳି ରସ ପିଇଲେ ସେମାନଙ୍କ କୋଲେଷ୍ଟ୍ରଲ୍‌ ନିୟନ୍ତ୍ରଣ ହୋଇଥାଏ।