ଅନୁଗୁଳ (ଜ୍ୟୋତିରଞ୍ଜନ ଧର): ଖରସ୍ରୋତା ବଞ୍ଚାଅ ଆନ୍ଦୋଳନ କାରୀଙ୍କ ଉପରେ ପୋଲିସର ଦମନଲୀଳା ବିରୁଦ୍ଧରେ ଏସୟୁସିଆଇ କମ୍ୟୁନିଷ୍ଟ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । ସାରା ଓଡିଶା ପ୍ରତିବାଦ ଦିବସ ଉପଲକ୍ଷେ ମଙ୍ଗଳବାର ଏସୟୁସିଆଇ କମ୍ୟୁନିଷ୍ଟ କଣିହାଁ ଆଞ୍ଚଳିକ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଣିହାଁ ବିଡିଓଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି। ସମସ୍ତ ଗିରଫ ଆନ୍ଦୋଳନ କାରୀଙ୍କୁ ନିସର୍ତ୍ତରେ ଖଲାସ କରିବା, ୧୪୪ ଧାରା ପ୍ରତ୍ୟାହାର କରି ସେହି ଅଞ୍ଚଳରୁ ପୋଲିସ ବାହିନୀ ପ୍ରତ୍ୟାହାର, ଆନ୍ଦୋଳନ କାରୀଙ୍କ ଉପରେ ଅତ୍ୟାଚାର କରିଥିବା ତଥା ମହିଳାମାନଙ୍କର ସଂଭ୍ରମହାନୀ କରିଥିବା ପୋଲିସ ଅଧିକାରୀ ମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଦଳ ଦାବି କରିଛି। ଏହି କାର୍ୟ୍ୟକ୍ରମରେ ଦଳର ଜିଲ୍ଲା ସମ୍ପାଦକ ଭିକାରୀ ପ୍ରଧାନ, ବ୍ଲକ ସମ୍ପାଦକ ପ୍ଲ୍ଲାଦଦ ଚନ୍ଦ୍ର ସାହୁ, ମାନସୀ ସ୍ୱାଇଁ, ଗଦାଶିଳା ସରପଞ୍ଚ ଜେମାମଣି ନାଏକଙ୍କ ସମେତ ଅନିଲ ନାଏକ, ଅଭୟ ନାଏକ, ଅନିଲ ନାଏକ, କିଶୋର ବିଶ୍ୱାଳ, ଟୁଟୁ ବେହେରା, ପ୍ରତାପ ପ୍ରଧାନ ଏବଂ ପଙ୍କଜିନୀ ସିଂ ପ୍ରମୁଖ ସାମିଲ ଥିଲେ ।