କଣିହାଁ ୯ନଂ ଜୋନରେ ବିଜେଡିର ସାଙ୍ଗଠନିକ ବୈଠକ

ଅନୁଗୁଳ (ଜ୍ୟୋତିରଞ୍ଜନ ଧର): ଅନୁଗୁଳ ଜିଲ୍ଲା କଣିହାଁ ସପ୍ନେଶ୍ଵର ମନ୍ଦିର ପରିସରରେ ବିଜେଡି ୯ନଂ ଜୋନର ସାଙ୍ଗଠନିକ ବୈଠକ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ତାଳଚେର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏହି ଜୋନର ବିଜେଡି କାର୍ଯ୍ୟକାରୀ ସଭାପତି ସୁନିଲ କୁମାର ପ୍ରଧାନଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ତାଳଚେର ସୁରକ୍ଷା ମଞ୍ଚ ସଭାପତି ମୁରଲୀଧର ସାହୁ, ୯ନଂ ଜୋନର ପର୍ଯ୍ୟବେକ୍ଷକ ଦିଲ୍ଲୀପ କୁମାର ପ୍ରଧାନ, ତାଳଚେର ବ୍ଲକ ବିଜେଡି ସଭାପତି ସନ୍ତୋଷ କୁମାର ପ୍ରଧାନ, ଆଠମଲ୍ଲିକ ବ୍ଲକ ବିଜେଡି ପର୍ଯ୍ୟବେକ୍ଷକ ଲିପୁନା ଭୁକ୍ତା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଦଳକୁ ତୃଣମୂଳ ସ୍ତରରୁ ଅଧିକ ସଂଗଠିତ ଓ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ବୈଠକର କର୍ମକର୍ତ୍ତା । ୱାର୍ଡ ସ୍ତରରେ ଜନସାଧାରଣଙ୍କ ନିକଟରେ ପହଞ୍ଚି ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ ପହଞ୍ଚାଇବାକୁ ଦଳୀୟ କର୍ମୀଙ୍କୁ ପରାମର୍ଶ ଦିଆଯାଇଥିଲା । ଜୋନ ଅନ୍ତର୍ଗତ ୮ଟି ପଞ୍ଚାୟତର ବିଜେଡି କର୍ମକର୍ତାଙ୍କ ସମେତ ଦଳୀୟ ନେତା ତଥା ଯୁବ ସଂଗଠକ ରଞ୍ଜନ କୁମାର ସାହୁ, ମିଡ଼ିଆ ସେଲ ଅଧକ୍ଷ ନିର୍ମଳ କୁମାର ସାହୁ, ସରପଞ୍ଚ ଦୁଃଶାସନ ସାହୁ, ବାବୁଲି ସେଠି, ସୁଧାକର ପ୍ରଧାନ, ବୃନ୍ଦାବନ ପ୍ରଧାନ, କୀର୍ତନ ସାହୁ, ପାଣ୍ଡବ କୁମାର ସାହୁ, ବିଦ୍ୟାଧର ସାହୁ ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ ।