ବିଜେଡିର ସାଙ୍ଗଠନିକ ବୈଠକ

ଅନୁଗୁଳ(ଜ୍ୟୋତିରଞ୍ଜନ ଧର): ଅନୁଗୁଳ କଣିହାଁ ବ୍ଲକ ସମଲ ବ୍ୟାରେଜ ବିଷ୍ଣୁ ମନ୍ଦିର ପ୍ରାଙ୍ଗଣରେ ବିଜେଡିର କାର୍ଯ୍ୟକାରୀଣି ସାଙ୍ଗଠନିକ ବୈଠକ ଅନୁଷ୍ଠତି ହୋଇଯାଇଛି। ଏହି ବୈଠକରେ ବ୍ଳକ ବିଜେଡି ସଭାପତି କୈଳାସ ଚନ୍ଦ୍ର ସାହୁ ଅଧକ୍ଷତା କରିଥିଲେ । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳର ରଣନିତି ଉପରେ ବ୍ଲକ ସଭାପତି କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ବିଜୁ ଜନତା କିପରି ବିପୁଳ ଭୋଟରେ କ୍ଲିନ ସ୍ୱିପ କରିବ ଏ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ରାଜ୍ୟ ସରକାରଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା ଗୁଡିକ ଆଜି କିଭଳି ହାତପାହାନ୍ତାରେ ମିଳିଛି ସେ ସମ୍ପର୍କରେ ଘରକୁ ଘର ବୁଲି ପ୍ରସାର, ପ୍ରଚାର କରିବା ପାଇଁ ବ୍ଲକ ସାଧାରଣ ସମ୍ପାଦକ ହିମାଞ୍ଚଳ ପଣ୍ଡା କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ। ବୈଠକରେ ସମ୍ବାଦିକ ଯୁଗଳ କିଶୋର ସାହୁ, ଯୁବ ବିଜେଡି ସଭାପତି ବାବୁ ପ୍ରଧାନ, ସମିତିସଭ୍ୟା ଜ୍ୟୋତ୍ସାରାଣୀ ସାହୁ, ଅଶୋକ ପ୍ରଧାନ, ଇନ୍ଦ୍ରଜିତ୍ ସାହୁ, ବୁଦ୍ଧିଆ ବାହାଦୂର, ସାନ୍ତନୁ ଦାସ, ବାବୁଲି ପ୍ରଧାନ ପ୍ରମୁଖ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।