ହିଞ୍ଜିଳି/ ରଜନୀକାନ୍ତ ପାତ୍ର : ବିହାର ରାଜ୍ୟର ପାଟଣା ନିକଟ ବିହାର ସ୍ଥିତ ସିଆଇଏସ (ଏଫ ୮୦୩୨୧୫) ରେ ଜିମେଣ୍ଟ ଠାରେ କାର୍ୟ୍ୟରତ ଯବାନ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପାଟଣା ସ୍ଥିତ ପାରସ ସୁପର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସିତ ସମୟରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ଯବାନ ହେଲେ ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଅଧୀନସ୍ଥ ଦେବଭୂମି ପଞ୍ଚାୟତ ଅନ୍ତର୍ଗତ କାଳଞ୍ଜୀ ନୁଆଁପଲ୍ଲୀ ଗାଁର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ପୁଅ ଶିବାନନ୍ଦ ପାତ୍ର। ସେ ୨୦୨୧ +୨ ବିଜ୍ଞାନରେ ଉତୀର୍ଣ୍ଣ ପରେ ସିଆଇଏସଏଫ ଯବାନ ଭାବେ ଯୋଗ ଦେଇଥିଲେ।
ସୂଚନାଥାଉ କି, ଶିବାନନ୍ଦ ଗତ ୧୧ତାରିଖରେ ହଠାତ ଅସୁସ୍ଥ ହେବାରୁ ତୁରନ୍ତ ତାଙ୍କୁ ବିହାର ସ୍ଥିତ ଏନ ଟି ପି ସି ହସ୍ପିଟାଲରେ ଚିକିତ୍ସା କରା ଯାଇଥିଲା । ସେଠାରେ ଅବସ୍ଥା ଅତି ଗୁରୁତର ହେବାରୁ ୧୬ତାରିଖରେ ପାଟଣା ସୁପର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ପୁଅର ଅସୁସ୍ଥ ଖବର ପାଇ ବାପା ପୂର୍ଣ୍ଣଚନ୍ଦ୍ର ସେଠାରେ ପହଞ୍ଚିଥିଲେ। ବହୁ ସଂଘର୍ଷ ପରେ ଶିବାନନ୍ଦ ପ୍ରାଣ ହରାଇ ଥିଲେ। ଆଜି ତାଙ୍କ ମୃତ ଶରୀର ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ରାଉଲକେଲା ଭୁବନେଶ୍ୱର ଦେଇ ଆସିକା କାଳଞ୍ଜୀ ନୁଆଁପଲ୍ଲୀ ଠାରେ ପହଞ୍ଚି ଥିଲା। ପହଞ୍ଚିବା ବାଟରେ ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ନେତୃତ୍ୱରେ ପଥରା ଠାରେ ମର ଶରୀରକୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି। ଗଞ୍ଜାମ ଜୋନ ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁଙ୍କ ତତ୍ତ୍ୱାବଧାରେ ଏକ ବାଇକ ରାଲି କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।