ହିଂଜିଳିକାଟୁ/ରଜନୀ କାନ୍ତ ପାତ୍ର: ଦ୍ୱିତୀୟ ଡୋଜ କରୋନା ଟିକା ନେବାବେଳେ ବୃଦ୍ଧ ମୃତ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସିକା ଉପଖଣ୍ଡ ଚିକିତ୍ସାଳୟରେ । ଆଜି ଦ୍ୱିତୀୟ ଡୋଜ ନେବା ଲାଗି ମାଗୁରା ଗ୍ରାମର ୮୨ ବର୍ଷୀୟ ବାଙ୍ଗରା ପଣ୍ଡା ଓ ତାଙ୍କ ସ୍ତ୍ରୀ ଆସିଥିଲେ । ବାଙ୍ଗରା ଟୀକା ନେବାକୁ ଆସିବା ବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ ଠିକ ରହିଥିଲା କିନ୍ତୁ ବାଙ୍ଗରା ଟିକା ନେବାପାରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ପରେ ପରିବାର ଲୋକ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ଘରକୁ ଆଣିଥିଲେ ।