ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ) : ବିଜେଡି ସାଂସଦ ଭର୍ତ୍ତୁହରି ମହତାବଙ୍କ ନାମରେ ତାଙ୍କର ବହୁ ଆଣିଛନ୍ତି ଯୌତୁକ ନିର୍ଯାତନା ଅଭିଯୋଗ । ଏନେଇ ଆଜି ଜାତୀୟ ଗଣ ମାଧ୍ୟମରେ ଏକ ଖବର ପ୍ରକାଶ ପାଇଛି । ଆଜି ଭୋପାଳ ପୋଲିସ ବଜେଡି ସାଂସଦ ଭୁର୍ତ୍ତୁହରି ମହତାବଙ୍କ ସହିତ ତାଙ୍କ ପତ୍ନୀ ଓ ପୁତ୍ରଙ୍କ ନାମରେ ଯୌତୁକ ମାମଲ ଦାୟର ହୋଇଛି । ଅଭିଯୋଗ ଆଣିଥିବା ମହିଳା ଓ ଭୁର୍ତ୍ତୁହରିଙ୍କ ପୁଅ ସହିତ ୩୮ ଡିସେମ୍ବର ୨୦୧୬ ରେ ଦିଲ୍ଲୀ ରେ ବିବାହ ହୋଇଥିଲା ।
ଏହି ବିବାହରେ ଅନେକ ଟଙ୍କା ଖର୍ଚ୍ଚ ହୋଇଥିବାରୁ ମହିଳାଙ୍କ ଘରୁ ଯୌତୁକ ବାବଦରେ ସେହି ଟଙ୍କା ଆଣିବାକୁ ଶଶୁରଘରେ ତାଙ୍କୁ ନିର୍ଯାତନା ଦିଆଯାଇଥିଲା । ମହିଳା ଜଣକ ଭୋପାଳ ସ୍ଥିତ ମହିଳା ପୋଲିସ ଥାନାରେ ଅଭିଯୋଗ କରିଥିଲେ । ଏବଂ ତାଙ୍କ ଅଭିଯୋଗ ଆଧାରରେ ଭାରତୀୟ ଆଇନ ଦଣ୍ଡ ସଂହିତା ଅନୁସାରେ ଧାରା ୪୯୮ ଏବଂ ଧାରା ୫୦୬ ଆଧାରରେ ତାଙ୍କ ନାମରେ ମାମଲା ରୁଜୁ କରାଯାଇଛି ।