ଆତ୍ମ ସମର୍ପଣ କଲେ ମାଓବାଦୀ

(ମାଲକାନଗିରି) ; ଆନ୍ଧ୍ର ଡିହିପିଙ୍କ ନିକଟରେ ଆତ୍ମ ସମର୍ପଣ କଲେ ୬ ହାଡକୋର ମାଓବାଦୀ । ଆତ୍ମସମର୍ପଣ କରିଥିବା ୬ ଜଣଙ୍କ ମଧ୍ୟରୁ ଡିସିଏମ ଚିକୁଡୁ ଚିନ୍ନା ରାଓ ଓରଫ ସୁଧିର ଏବଂ ଏସିଏମ ଭନଥଲା ବେଣୁ ଓରଫ ସାଲୁ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲ୍ଲାର ହୋଇଥିବା ବେଳେ ମାଡକାମ ସମିଦି, ମାଡକାମ ମଙ୍ଗଳୁ ଓ ସୋଡି ଭିମା ଛତିଶଗଡ ବିଜାପୁର ଜିଲ୍ଲାର ହୋଇଥିବା ଜଣାପଡ଼ିଛି । ଏମାନେ ହେଉଛନ୍ତି ଆନ୍ଧ୍ର-ଓଡିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟିର ସଦସ୍ୟ । ଏହି ହାଡକୋର ମାଓବାଦୀରେ ମାଲକାନଗିରି ଝିଅ ସାମିଲ ମଧ୍ୟ ରହିଛି । ସ୍ୱାଭିମାନ ଅଞ୍ଚଳର ଆଦିବାସୀ ଲୋକେ ଆଉ ନକ୍ସଲ ପନ୍ଥିଙ୍କୁ ସମର୍ଥନ କରୁନଥିବା ବେଳେ ସୁରକ୍ଷା କର୍ମୀଙ୍କ କବଳରୁ ବଞ୍ଚିବା ଲାଲ୍ ବାହିନୀ ପାଇଁ ମୁସକିଲ ହୋଇ ପଡଛି । ତେଣୁ ନିଜର ଜୀବନ ବଞ୍ଚାଇବା ଲାଗି ଏମାନେ ଆନ୍ଧ୍ର ପୋଲିସ ପାଖରେ ଆତ୍ମସମର୍ପଣ କରିଥିବା କଥା କହିଛନ୍ତି ଆନ୍ଧ୍ର ଡିଜିପି ।