ଲାଞ୍ଚ ନେଉଥିବାବେଳେ ଧରାପଡିଲେ ବରିଷ୍ଠ ସହାୟକ

ନୁଆପଡା(ରିପୋର୍ଟର୍ସ ଟୁଡେ) : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କିରାଣୀ ପ୍ରତିମା ଦାସ । ଶନିବାର ଦିନ ଜଣେଜଣେ ସ୍ବାସ୍ଥକର୍ମୀଙ୍କୁ ରେଗୁଲାର କରାଇଦେବା ପାଇଁ ଦଶହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ତାଙ୍କ ନାମରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅନ୍ୟ ପଦାଧିକାରୀ ଏଥିରେ ସାମିଲ ହେବା ନେଇ ତଦନ୍ତ ପ୍ରକ୍ରିୟା ଜାରି ରହିଛି ।