ଚିଲିକା/ ଦିବ୍ୟକାନ୍ତ ବେହେରା: ଦିନ ଦ୍ୱିପହରରେ ବାପ ଝିଅଙ୍କୁ ବନ୍ଧୁକ ଦେଖାଇ ଲୁଟିଲେ ଦୁର୍ବୃତ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଆଙ୍କୁଲା ପଦର ଗ୍ରାମରେ । ସୂଚନାଥାଉ କି, ଗତକାଲି ମଧ୍ୟାହ୍ନରେ ଲଲାଟ କୁମାର ବେହେରା (୪୨) ଓ ତାଙ୍କ ଝିଅ ସୁନିତା ବେହେରା(୧୮) ଖୋର୍ଦ୍ଧାରୁ ଟୀକା ନେଇ ଫେରୁଥିଲେ। ଏ ସମୟରେ ପୁର୍ବରୁ ଏକ ମୋଟର ସାଇକେଲ ତାଙ୍କୁ ପିଛା କରୁଥିଲେ । ଭାଟପଡା ଓ ବିଂଝିଳା ମଧ୍ୟବର୍ତ୍ତୀ ଏକ ନିକାଞ୍ଚନ ଜାଗାରେ ଲଲାଟଙ୍କ ଗାଡି ଅଟକାଇ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଭୟଭୀତ କରାଇଥିଲେ। ସେମାନେ ଏହାର ପ୍ରତିବାଦ କରିବାରୁ ଦୁର୍ବୁତ୍ତ ଉଭୟଙ୍କୁ ବନ୍ଧୁକ ଦେଖାଇବା ସହ ସୁନିତାଙ୍କ ଚଷମା ଓ ଲଲାଟଙ୍କ ହେଲମେଟ ଭାଙ୍ଗି ଦେଇଥିଲେ। ଝିଅ ସୁନିତା ପିନ୍ଧିଥିବା ୧୨ ଗ୍ରାମ ସୁନା ଚେନ ସହ ଲଲାଟଙ୍କ ମନୀପର୍ସ ସାଙ୍ଗକୁ ନଗଦ ୫୦୦୦ ଟଙ୍କା ଓ ଅତ୍ୟାବଶ୍ୟକ କାଗଜପତ୍ର ଲୁଟିନେଇ ଫେରାର ହୋଇଯାଇଥିଲା ଦୁର୍ବୁତ୍ତ । ଏନେଇ ବାପ ଓ ଝିଅ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।