କରୋନାରେ ଅନାଥ ପିଲାଙ୍କୁ ମିଳିବ ସ୍ୱାସ୍ଥ୍ୟବୀମା : କେନ୍ଦ୍ର ସରକାର

ନୂଆଦିଲ୍ଲୀ– କରୋନାରେ ଅନାଥ ପିଲାମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଘୋଷଣା କରିଛନ୍ତି ମୋଦି ସରକାର । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଟୁଇଟ୍ ଜରିଆରେ ଏହି ସୂଚନା ଦେଇଛନ୍ତି।କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ ମହାମାରୀ ହେତୁ ଅନାଥ ହୋଇଯାଇଥିବା ୧୮ ବର୍ଷ ବୟସ ପର୍ୟ୍ୟନ୍ତ ପିଲାମାନଙ୍କୁ ୫ ଲକ୍ଷ ଟଙ୍କା ମାଗଣା ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଏବଂ ଜରୁରୀକାଳୀନ ପରିସ୍ଥିତି ରିଲିଫ୍ ପାଣ୍ଠିରୁ ଏହି ବୀମା ପ୍ରଦାନ କରାଯିବ ।ପ୍ରଧାନମନ୍ତ୍ରୀ ମୋଦି ପିଲାଙ୍କ ପାଇଁ ପିଏମ-କେୟାର୍ସ ଯୋଜନା ୨୯ ମଇ ୨୦୨୧ ରେ ଆରମ୍ଭ କରିଥିଲେ। ଏହି ଯୋଜନାରେ ସେହି ପିଲାଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ଯେଉଁମାନେ କରୋନା ମହାମାରୀରେ ନିଜ ପରିବାର ତଥା ବାପା ମାଆଙ୍କୁ ହରାଇଛନ୍ତି ।