ଭୁବନେଶ୍ବର -ରାଜ୍ୟରେ ସୁସ୍ଥ ହେଲେ ଆଉ ୧୬୫୨ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୯ ଲକ୍ଷ ୬୫ ହଜାର ୩୭୦ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୫୧୧ ଜଣ ରହିଛନ୍ତି ।
Another 1652 Covid patients have recovered and are being discharged on 05.08.2021
511 from Khordha
206 from Cuttack
127 from Puri
83 from Jajapur
81 from Jagatsinghpur
79 from Nayagarh
72 from Bhadrak
61 from Mayurbhanj
55 from Baleswar
44 from Anugul
36 from Kendrapara— H & FW Dept Odisha (@HFWOdisha) August 5, 2021
ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୩୪୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୮୩୫୨୩ ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ ୭୭୫ କ୍ୱାରେଣ୍ଟାଇନ୍ରୁ ହୋଇଥିବା ବେଳେ ୫୬୭ ଜଣ ଲୋକାଲ୍ କେସ୍ ରହିଛନ୍ତି । ୧୩୫୧୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯ ଲକ୍ଷ ୬୫ ହଜାର ୩୭୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୬୩୫୫୨୭୬ ସାମ୍ପୁଲ ଟେଷ୍ଟ୍ ହୋଇଛି ।