ଅନୁଗୁଳ /ଜ୍ୟୋତିରଞ୍ଜନ ଧର: ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ବ୍ଲକ୍ ଏନ୍ଟିପିସି ଥାନା ଇଲାକାରେ ଦିନକୁ ଦିନ ଅପରାଧିକ କାର୍ୟ୍ୟକଳାପ ବୃଦ୍ଧି ପାଇବାରେ ଲାଗୁଛି । ଚୋରି ଥମିବାର ନା’ଧରୁନି । ରାତିରେ ପୋଲିସ୍ ପେଟ୍ରୋଲିଂରେ ଢିଲା ଯୋଗୁଁ ଦିନକୁ ଦିନ ଲୁଟ୍ପାଟ୍, ରାହାଜାନୀ, ଚୋରି ଭଳି ଅପରାଧିକ କାର୍ୟ୍ୟକଳାପ ବଢିବାରେ ଲାଗିଛି । ଏହିକ୍ରମରେ ବୁଧବାର ଭୋର ସାଢେ ୧ଟାଏ ବେଳେ ସ୍ଥାନୀୟ ରଙ୍ଗବେଡା ଗ୍ରାମରେ ଭାଡାରେ ରହୁଥିବା ଗଡପଳାଶୁଣି ଥାନାର ସାନ୍ତନୁ ମୁଦୁଲି(୨୩) ଶୋଇଥିବା ଅବସ୍ଥାରେ କେହି ଅଜଣା ଦୁର୍ବୃତ ଅପୋ ମୋବାଇଲ୍, ପ୍ୟାନ୍ କାର୍ଡ, ମୋବାଇଲ୍ ୱାଲଟରୁ ଟଙ୍କା, ଏଟିଏମ୍ କାର୍ଡ ଲୁଟିନେଇ ଫେରାର୍ ହୋଇଯାଇଥିବା ଜଣାପଡିଛି । ଏନେଇ ଶ୍ରୀ ମୁଦୁଲି ଆଜି ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ପକ୍ଷରୁ ୧୧୫/୨୧ନମ୍ବରରେ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଚଳାଇଛି । ଏସ୍ଆଇ ଲଲାଟେନ୍ଦୁ ନାଏକ ଏହି ମାମଲାର ତଦନ୍ତ କରୁଥିବା ଥାନା ସୂତ୍ରରୁ ପ୍ରକାଶ । ପେଟ୍ରୋଲିଂରେ ପୁଲିସ୍ ହାଲ୍ କା ନୀତୀ ପାଇଁ ଏଭଳି ବିଭିନ୍ନ ସମୟରେ ଅପରାଧିକ କାର୍ୟ୍ୟକଳାପ ବୃଦ୍ଧି ପାଉଛି ।