ସମାକୋଇ ନଦୀପଠାରେ ଜଣଙ୍କର ମୃତଦେହ ଉଦ୍ଧାର : ୪ଅଟକ

ଅନୁଗୋଳ– ପାଲଲହଡା କୁଞ୍ଜାମ ହୋ ସାହି ନଦୀ ପଠାରେ ଜଣଙ୍କର ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ମୃତଦେହଟି ବୁଦ୍ଧି ଚାତରଙ୍କର ବୋଲି ଜଣାପଡିଛି । କାରଣ ଗତକାଲିଠାରୁ ସେ ନିଖୋଜ ଥିଲେ । କୈାଣସି କାରଣାରୁ ତାଙ୍କୁ କେହି ମାରିଦେଇ ସମାକୋଇ ନଦୀରେ ପିଙ୍ଗି ଦେଇଥିବା ଘରଲୋକ ଅଭିଯୋଗ କରିଛନ୍ତି ।ଏହି ଘଟଣାକୁ ନେଇ ଖମାର ପୋଲିସ ସନ୍ଦେହରେ ୪ଜଣଙ୍କୁ ଅଟକ ରଖିଛି। ପୋଲିସ ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି। ଏବେବି ତାଙ୍କ ସ୍ତ୍ରୀ ମୁନି ଚାତର ଏବଂ ଆଉ ଜଣେ ବ୍ୟକ୍ତି ବୁଦ୍ଧିଆ ଗାଗରାଇ ନିଖୋଜ ଅଛନ୍ତି ବୋଲି ସମ୍ପର୍କୀୟ ମାନେ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ତଦନ୍ତ ଜାରି ରଖିଛି।