ଅନୁଗୁଳ ରେ ପୁଣି ଏନକାଉଣ୍ଟର, କୁଖ୍ୟାତ ଅପରାଧି ବାଦଲ ଆହାତ

(ରିପୋର୍ଟସ ଟୁଡେ) ଅନୁଗୁଳରେ ପୁଣି ଏନ୍‌କାଉଣ୍ଟର। ଗତକାଲି ବିଳମ୍ବିତ ରାତିରେ ତାଳଚେର ମାଇନ୍ସ ଏରିଆରେ ଅନୁଗୁଳ ପୁଲିସର ଏନ୍‌କାଉଣ୍ଟରରେ ଜଣେ ଅପରାଧି ଗୁରୁତର ଭାବେ ଆହତ ହୋଇଛି। ଆହତ ଅପରାଧିର ନାମ ବାଦଲ ରାଉତ। ସେ ବୁଲୁ ଖାଁର ସହଯୋଗୀ ଭାବେ କାର୍ୟ୍ୟ କରୁଥିଲା। ବାଦଲର ଗୋଡରେ ବାଜିଛି ଗୁଳି। ଏଥିରେ ତିନି ରାଉଣ୍ଡ ଗୁଳି ବିନିମୟ ଘଟିଥିବା ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରୁ ପିସ୍ତଲ ସହ ଦୁଇଟି ଗୁଳି ଜବତ କରିଛି। ଆହତ ବାଦଲକୁ ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି କରାଯାଇଛି। ଏହା ଅନୁଗୁଳି ପୁଲିସର ସପ୍ତାହକ ମଧ୍ୟରେ ଦ୍ୱିତୀୟ ଏନ୍‌କାଉଣ୍ଟର ଘଟଣା।
ସୂଚନାଯୋଗ୍ୟ ଯେ, ରବିବାର ମଧ୍ୟରାତ୍ରିରେ ‌‌ରନ୍ତେଗଲଇ ପେଟ୍ରୋଲ ପମ୍ପ ଡକାୟତି କରିବା ଯୋଜନା ଚାଲିଥିଲା ବେଳେ ଅନୁଗୁଳ ପୁଲିସ ଏନକାଉଣ୍ଟରରେ କୁଖ୍ୟାତ ଡକାୟତ ସଦ୍ଦାମ ଓରଫ ବିଲୁ ଖାଁ(୨୬) ଗୁରୁତର ଆହତ ହୋଇଥିଲା। ତେବେ ଅନ୍ୟ ଦୁଇ ଜଣ ସହଯୋଗୀ ବାଦଲ ରାଉତ ଓ ରାଜ୍ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଆହତ ବିଲୁକୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରଥମେ ଭର୍ତି କରାଯାଇଥିଲା। ପରେ ତାକୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।