ମାଲକାନଗିରି– ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଚାଲିଗଲା ନିରୀହ ଶିଶୁର ଜୀବନ ।ମାଲକାନଗିରି ଜିଲ୍ଲା ଏମ୍ଭି-୧୯ ଗ୍ରାମରେ ଘଟିଛି ଏଭଳି ଘଟଣା । ପାଞ୍ଚ ବର୍ଷାର ନାବାଳକ ଶିଶୁକୁ ହତ୍ୟା କରିବା ପରେ ଶବକୁ ନିଜ ଘର ଭିତରେ ଲୁଚାଇ ରଖିଥିଲେ ହତ୍ୟାକାରି । ଏମ୍ଭି ଗ୍ରାମର ନାବାଳକ ଅଙ୍କିତ ମଣ୍ଡଳ ଗତକାଲି ଠାରୁ ନିଖୋଜ ଥିବା ନେଇ ପରିବାର ଲୋକେ ଆଜି ମାଲକାନଗିରି ଆଦର୍ଶ ଥାନାରେ ଏତଲା ଦେଇଥିଲେ । ତେବେ ପୋଲିସ ଗାଁରେ ତଦନ୍ତ କରିବା ସମୟରେ ହତ୍ୟାକାରି ବିକାଶ ରାୟ ନିଜେ ଥାନାରେ ଆସି ଆତ୍ମସମର୍ପଣ କରିଛି । ନାବାଳକକୁ ହତ୍ୟା କରି ବିକାଶ ରାୟ ମୃତ ଦେହକୁ କମ୍ବଳ ଘୋଢାଇ ନିଜ ଘରେ ଲୁଚାଇ ରଖିଥିଲେ । ତେବେ ପୋଲିସ ଶବ ଉଦ୍ଧାର କରିବା ସହ ବ୍ୟବଦଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି । ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ସେଠାରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରୁଛି ।