ନିର୍ମାଣ ଶ୍ରମିକ ପଞ୍ଜିକରଣ ଆବେଦନ କାର୍ୟ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ(ହରପ୍ରସାଦ ବିଷୋୟୀ)-କୁକୁଡାଖଣ୍ଡି ବ୍ଲକ ପରିସରରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମନରେଗା କାର୍ୟ୍ୟ ରେ ୧ ଶହ ଦିନ ମାଟି ଖୋଳି ବୋହିବା କର୍ମରେ ନିୟୋଜିତ ଥିବା ପ୍ରାୟ ସମସ୍ତ ପଞ୍ଚାୟତର ଶ୍ରମିକ ମାନଙ୍କର ଏକ ତାଲିକା ପ୍ରସ୍ତୁତ କରି ବ୍ଲକ ପ୍ରଶାସନ ପକ୍ଷରୁ ସେମାନଙ୍କୁ ରାଜ୍ୟ ନିର୍ମାଣ ଶ୍ରମିକ ବୋର୍ଡ଼ ତରଫରୁ ସରକାର ଙ୍କ ମିଳୁଥିବା ସମସ୍ତ ପ୍ରକାର ସାହାଯ୍ୟ ସୁବିଧା ନିମନ୍ତେ ନିର୍ମାଣ ଶ୍ରମିକ କାର୍ଡ ମାଧ୍ୟମରେ ଯୋଗାଇବା ଲକ୍ଷ ନେଇ ଶ୍ରମିକ ମାନଙ୍କୁ ପ୍ରଶାସନ ପକ୍ଷରୁ ଏକତ୍ରିତ କରି ନିର୍ମାଣଶ୍ରମିକ ବୋର୍ଡ଼ ରେ ନାମ ସଂଯୋଗ କରିବା ପାଇଁ ଶ୍ରମିକ ଆବେଦନ ପର୍ମ ପୂରଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ୟ୍ୟକ୍ରମ ରେ ବ୍ରହ୍ମପୁର ସ୍ଥିତ ଜିଲ୍ଲା ଶ୍ରମ କାର୍ୟ୍ୟାଳୟର ନିରୀକ୍ଷକ ଶୁଭ ଲକ୍ଷ୍ମୀ ମହାରଣା ଯୋଗଦେଇଥିବା ବେଳେ ବିଜୟ ମଲ୍ଲିକ କିରାଣୀ ଉପସ୍ଥିତ ରେ ପର୍ମ ପୂରଣ କରାଯିବା ସହ ୨୨ ଟି ପଞ୍ଜିକୃତ ଶ୍ରମିକ କାର୍ଡ ପ୍ରଦାନ କରିଥିଲେ । ଏଥିରେ ସମସ୍ତ ଗ୍ରାମୀଣ ରୋଜଗାର ସେବକ ମାନେ ଉପସ୍ଥିତ ଥିବା ବେଳେ ଗ୍ରାମ ସାଥି ଉପସ୍ଥିତ ରହି ଶ୍ରମିକ ମାନଙ୍କୁ ସହଯୋଗ କରିଥିଲେ ।